ସେସୁ ନିୟମିତ କର୍ମଚାରୀଙ୍କ 13 ବର୍ଷର E.P.F ଅର୍ଥ ୨ଶହ ୭୯ କୋଟି ୩୮ ଲକ୍ଷ ଡିପୋଜିଟ ହେଇନି

ଗତ କିଛିଦିନ ଧରି ସେସୁ ରେ ଘରୋଇକରଣ ହେବା ନେଇ ଟାଟା ପାୱାର ଏବଂ ଅନ୍ୟ ଏକ ମିଳିତ କମ୍ପାନୀ ଫେଡ଼କୋ & ଇଣ୍ଡିଆ ପାୱାର କୁ ନେଇ ଜୋରରେ ଚର୍ଚ୍ଚା ଚାଲିଥିବା ବେଳେ ଏବେ ସାମ୍ନାକୁ ଆସିଛି ସେସୁ ର କେଳେଙ୍କାରୀ I ଅନେକ ସମୟରେ ସେସୁ ରେ କାର୍ଯ୍ୟରତ ଫ୍ରାଞ୍ଚାଇଜ କର୍ମଚାରୀ ମାନଙ୍କର 5/6ମାସର E.P.F ଅର୍ଥ ଦାଖଲ ହେଉନଥିବା ଅଭିଯୋଗ ଆସୁଥିବା ବେଳେ ଏହାକୁ ନେଇ ବହୁ ସମୟରେ ଆନ୍ଦୋଳନ ହେଇଛି I କିନ୍ତୁ ଫ୍ରାଞ୍ଚାଇଜ ଦେଇଥିବା ମୁଖ୍ୟ ସେସୁ ନିୟମିତ କର୍ମଚାରୀଙ୍କ 13 ବର୍ଷର E.P.F ଅର୍ଥ ୨ଶହ ୭୯ କୋଟି ୩୮ ଲକ୍ଷ ଡିପୋଜିଟ କରିନି I ତୁରନ୍ତ ଡିପୋଜିଟ କରିବାକୁ RPF କମିଶନର ପତ୍ର ନମ୍ବର ୧୩/୧୦/୨୦୧୪ ରେ ଅର୍ଡର ଦେଇଥିଲେ I

ଏହା ବିରୁଦ୍ଧରେ ସେସୁ ହାଇକୋର୍ଟ ର ଦ୍ୱାରସ୍ଥ ହୋଇଥିଲା ଏବଂ କେଶ ନଂ- W.P.C- ୨୧୯୯୫/୨୦୧୪ରେ ମାମଲା ବୀଚରାଧିନ ଅଛି I ଯେଉଁ ମାମଲାକୁ ସେସୁ ତରଫରୁ ବରିଷ୍ଠ ଆଡ଼ଭୋକେଟ ବି.କେ ନାୟକ , ବରିଷ୍ଠ ଅର୍ଥ ବିଭାଗ ଅଫିସର ମୁରଲୀଧର ସ୍ୱାଇଁ , ନରେନ୍ଦ୍ର କୁମାର ସାହୁ ପ୍ରମୁଖ କେଶ ପରିଚାଳନା କରୁଥିଲେ I ତେବେ ଏହି କେଶ ଉପରେ ୫୭୭୩ ଜଣ କର୍ମଚାରୀ ଙ୍କ ଭବିଷ୍ୟତ ନିଭର କରୁଛି I ଯେଉଁମାନେ କି ୨୦୦୫ ମସିହା ପରେ ପୋଷ୍ଟିଙ୍ଗ ପାଇଥିଲେ I ୫୭୭୩ ଜଣ କର୍ମଚାରୀଙ୍କୁ ପେନସନ ପରିସରଭୁକ୍ତ କରାଯିବ କି ନାହିଁ ତାହା ଏହି ମାମଲା ଉପରେ ନିର୍ଭର କରେ I ତେବେ କଥା ଉଠୁଛି 13 ବର୍ଷ ଧରି ନିୟମିତ କର୍ମଚାରୀଙ୍କ E.P.F ଅର୍ଥ ୨ଶହ ୭୯ କୋଟି ୩୮ ଲକ୍ଷ ଡିପୋଜିଟ କରାଯାଇନଥିଲା କାହିଁକି ??

ଯେଉଁ ଅନାମଧେୟ ନେତା ମାନେ ଫ୍ରାଞ୍ଚାଇଜ ର 4/5ମାସ ବିଳମ୍ବିତ EPF ଡିପୋଜିଟ କୁ ନେଇ ଅଯଥା ଏବଂ ନିଜ ସ୍ୱାର୍ଥ ସୁବିଧାବାଦୀ ପାଇଁ ହୋ ହଲା କରୁଛନ୍ତି ସେମାନେ ସେସୁ ର ଏହି 13 ବର୍ଷ ର E.P.F ବାବଦ ଅର୍ଥ ୨ଶହ ୭୯ କୋଟି ୩୮ ଲକ୍ଷ ଡିପୋଜିଟ ହେଇନଥିବା ଘଟଣାକୁ ନେଇ ସେସୁ କୁ କାଠ ଗଡା କୁ ଟାଣିବେ କି ?? କାହିଁକି ସେସୁ ଦାଖଲ କରିନଥିଲା ନିୟମିତ କର୍ମଚାରୀଙ୍କ 13 ବର୍ଷର E.P.F ?? କେବେ ଡିପୋଜିଟ ହେବ ଏହି ଅର୍ଥ ?? କର୍ମଚାରୀଙ୍କ ଅଧିକାର ଥିବା ଏହି EPF ଅର୍ଥ ଦାଖଲ ନକରି କାହିଁକି ସେସୁ କୋର୍ଟର ଦ୍ୱାରସ୍ଥ ହେଲା ??

Leave a Reply

Your email address will not be published. Required fields are marked *