ଅଶୁଭ ହେବ କି ଅକ୍ଟୋବର ? ମହାବାତ୍ୟା , ଫାଇଲିନ , ହୁଡହୁଡ ପରେ ମାଡି ଆସୁଛି ବାତ୍ୟା ତିତିଲି

କିଛିଦିନ ପୂର୍ବେ ଏକ ମହା ସଙ୍କଟ ବାତ୍ୟା ଟଳିଥିବା ବେଳେ ପୁଣି ଥରେ ଅନୁଭୂତ ଲଘୁଚାପ କ୍ରମଶଃ ଅବପାତ ର ରୂପ ତୀବ୍ର ବେଗରେ ଓଡିଶା ଆଡେ ମାଡି ଆସୁଛି i ଗୋପାଳପୁର ପୁର ଛୁଇଁବାକୁ ଆଉ ମାତ୍ର ଅଳ୍ପ ଘଣ୍ଟାର ସମୟ I ଏନେଇ ପାଣିପାଗ ବିଭାଗ ମଧ୍ୟ ସୂଚନା ଦେଇ ସତର୍କ ରହିବାକୁ ପରାମର୍ଶ ଦେଇସାରିଥିବା ବେଳେ ଏହା ବାତ୍ୟା ର ରୂପ ନେଇପାରେ ବୋଲି ଅନୁମାନ କରାଯାଇଛି I ସମ୍ଭIବ୍ୟ ବାତ୍ୟାର ନାମ ତିତିଲି ରଖାଯାଇଛି I ଘଣ୍ଟା ପ୍ରତି ଏହାର ବେଗ 12/15 ଥିବାବେଳେ ,ଏହା ସ୍ଥଳ ଭାଗ ଛୁଇଁବା ପରେ ପାଖାପାଖି 60/70 କିଲୋମିଟର ବେଗରେ ପବନ ବହିବା ର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଜଣାଇଛି I

ତେବେ ସୂଚନା ଥାଉ କି ଏହି ଅକ୍ଟୋବର ଓଡିଶା ପାଇଁ ଏକ ଅଶୁଭ ପାଲଟିଛି ସବୁବେଳେ I 1999 ଅକ୍ଟୋବର -25 ରେ ହେଇଥିବା ମହାବାତ୍ୟା ରେ ଓଡିଶା ଧ୍ବଂସ ଵିଧ୍ଵଂସ ହେଇଯାଇଥିବା ବେଳେ 2013 ଅକ୍ଟାବର 5 ରେ ଫାଇଲିନ ପୁଣିଥରେ ଅନେକ କ୍ଷତି ହେଇଥିଲା I ତେବେ ଏହାର ବର୍ଷ ପରେ ପୁଣି 2014 ଅକ୍ଟବର7 ରେ ଆସିଥିଲା ହୁଡହୁଡ I ଏହାର ପ୍ରଭାବ ରେ ସାରା ଓଡ଼ିଶାରେ ଧ୍ବଂସ ଵିଧ୍ଵଂସ ହେଇଯାଇଥିଲା I

ତେଣୁ ଅକ୍ଟୋବର କୁ ନେଇ ସବୁବେଳେ ଓଡିଶା ବାସୀଙ୍କ ମନରେ ଭୟ ଏବଂ ଆଶଙ୍କା ରହିଆସିଛି I ଭଗବାନ କରନ୍ତୁ ସେମିତି କିଛି ବି ପରିସ୍ଥିତି ସୃଷ୍ଟି ନହେଉ ,ପୂର୍ବ ଝଡ ଡାଏ ପରି ଏହା ଓଡିଶା ଉପକୂଳ ଛୁଇଁ ଦୁର୍ବଳ ହେଇଯାଉ I

Leave a Reply

Your email address will not be published. Required fields are marked *