30 ଜିଲ୍ଲାରୁ ଆସିଲା ମାଟି ,ସତ୍ୟବାଦୀ ରେ ଆରମ୍ଭ ହେଲା ଓଡ଼ିଆ ଭାଷାର ପ୍ରାଣକେନ୍ଦ୍ର :ଓଡ଼ିଆ ବିଶ୍ୱ ବିଦ୍ୟାଳୟ

ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଶେଷରେ ଓଡ଼ିଆ ଭାଷା ର ପ୍ରଚାର ପ୍ରସାର ର ସେହି ଆଦ୍ୟ ପଞ୍ଚସଖା ଙ୍କୁ ସନମାନ ଜଣାଇ ଗୁରୁଦିବସ ରେ ଶ୍ରେଷ୍ଠ ଗୁରୁଙ୍କୁ ଦିଆଯାଇଥିଲା ଶ୍ରେଷ୍ଠ ପୁରସ୍କାର I ବକୁଳ ବନରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଲାଗି ସରକାର ଙ୍କ ତରଫରୁ ମିଳିଥିଲା ସ୍ୱୀକୃତି I ଆଜି ଗୋପବନ୍ଧୁଙ୍କ ଜୟନ୍ତୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତ୍ୟବାଦୀ ରେ ଯୋଗ ଦେଇ ଓଡ଼ିଆ ବିଶ୍ୱବିଦ୍ୟାଳୟ ର ଭିତି ସ୍ଥାପନ କରିଛନ୍ତି I

30 ଜିଲ୍ଲାରୁ ଆସିଥିବା ମାଟି ,ପାଣି ଏବଂ ଗଛ କୁ ଏହିଠାରେ ସ୍ଥାପନ କରାଯାଇ ଓଡ଼ିଆ ବିଶ୍ୱବିଦ୍ୟାଳୟ ର ଭିତି ପ୍ରସ୍ତର ପଡିଥିଲା I କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଙ୍କ ସମେତ ,ରାଜସ୍ବ ମନ୍ତ୍ରୀ ମହେଶ୍ୱର ମହାନ୍ତି ,ପଂଚାୟତ ମନ୍ତ୍ରୀ ପ୍ରଦୀପ ମହାରଥୀ ,ସାଂସଦ ପିନାକୀ ମିଶ୍ର ,ସ୍ଥାନୀୟ ବିଧାୟକ ଙ୍କ ସମେତ ନେତ୍ରୁ ବୃନ୍ଦ ଯୋଗ ଦେଇଥିଲେ I

Leave a Reply

Your email address will not be published. Required fields are marked *