ଓଡିଶା ରାଜ୍ୟପାଳ ସ୍ୱାଧୀନତା ସଂଗ୍ରାମୀଙ୍କ ପାଦ ଛୁଇଁ ପ୍ରଣାମ କରି ସମ୍ବଦ୍ଧିତ କଲେ

ରାଜ୍ୟପାଳ ହେଉଛନ୍ତି ରାଜ୍ୟର ସର୍ବୋଚ୍ଚ ନାଗରିକ I ତେବେ ରାଜ୍ୟପାଳ ଜଣେ ସାଧାରଣ ଲୋକଙ୍କ ପାଦ ସ୍ପର୍ଶ କରିବା କଥା ଆପଣ ଚିନ୍ତା କରିପାରୁଛନ୍ତି କି ?ବିଶ୍ୱାସ ହେଉନି ନା ,କିନ୍ତୁ ହଁ ଆଜ୍ଞା କଥାଟା ପୁରା ଏକଦମ ସତ୍ୟ I ତାହା ପୁଣି ଆମ ଓଡ଼ିଶାର ଘଟଣା I ଗତକାଲି ଭୁବନେଶ୍ୱରର ଜୟଦବ ଭବନରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା ଯାହାକି କଳିଙ୍ଗ ଭାରତୀ ଫାଉଣ୍ଡେସନ ଆୟୋଜିତ କରିଥିଲା I ଏଥିରେ ଓଡିଶା ରାଜ୍ୟପାଳ ଗଣେଶୀ ଲାଲ ଙ୍କୁ ନିମନ୍ତ୍ରଣ କରାଯାଇଥିଲା I ନିମନ୍ତ୍ରଣ ରକ୍ଷାକରି ରାଜ୍ୟପାଳ ଗଣେଶ ଲାଲ ଯୋଶୀ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ I ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭାବାନୀ ଚରଣ ପଟ୍ଟନାୟକଙ୍କୁ ରାଜ୍ୟପାଳ ସମ୍ବଦ୍ଧିତ କରିଥିଲେ I

ସମ୍ବଦ୍ଧିତ ପରେ ବୟୋଜ୍ୟୋଷ୍ଠ ସ୍ୱାଧୀନତା ସଂଗ୍ରାମୀ ଙ୍କ ଚରଣ ଛୁଇଁ ପ୍ରଣାମ କରିଥିଲେ ରାଜ୍ୟପାଳ I ଉପସ୍ଥିତ ଦର୍ଶକ ନିଜ ଆଖିକୁ ବିଶ୍ୱାସ କରିପାରିନଥିଲେ ,କିଛି ସମୟ ପାଇଁ ପୁରା ଘଟଣା ସ୍ଥଳ ସ୍ତବ୍ଧ ହେଇଯାଇଥିଲା ଏବଂ ଉପସ୍ତିତି ଦର୍ଶକ ଙ୍କ ତାଳି ମାଡ଼ରେ କମ୍ପି ଉଠିଥିଲା ବୈଠକ ସଭା I

Leave a Reply

Your email address will not be published. Required fields are marked *