ଗତକାଲି ଓଡ଼ିଆ ଜାତି ପାଇଁ ଏକ ଗୌରବମୟ ଦିନ ଥିଲା I ଓଡ଼ିଶାର ପ୍ରାଣ ଓଡ଼ିଆ ବିଶ୍ୱବିଦ୍ୟାଳୟର ଭିତ୍ତି ସ୍ଥାପନ ହେଇଥିଲା ସତ୍ୟବାଦୀରେ I 30 ଜିଲ୍ଲାରୁ ମାଟି, ପାଣି ଏବଂ ଗଛ ଆସିଥିଲା ଯାହାକୁ ବକୁଳବନରେ ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ I ଉକ୍ତ କାର୍ଯ୍ୟକ୍ରମରେ ବିଜେଡିର ବହୁ ମାନ୍ୟଗଣ୍ୟ ନେତା ବି ଉପସ୍ଥିତ ଥିଲେ ଏବଂ ଏହା ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିଲା I ତେବେ ଗତକାଲି ଥିଲା ଉତ୍କଳର ମଣି ଗୋପବନ୍ଧୁଙ୍କ ଜୟନ୍ତୀ, ଏହି ଅବସରରେ ଭୂମି ପୂଜା କରାଯାଇଥିଲା ଓଡ଼ିଆ ବିଶ୍ୱବିଦ୍ୟାଳୟର
। କିନ୍ତୁ ଗୋପବନ୍ଧୁଙ୍କ ଜୟନ୍ତୀରେ ତାଙ୍କ ନାତୁଣୀ ତଥା ସମାଜ ସେବିକା ଜୟଶ୍ରୀ ମହାପାତ୍ରଙ୍କୁ କରାଯାଇଥିଲା ଅସମ୍ମାନ I ଅନ୍ୟ କେହି ନୁହେଁ ଖୋଦ ବିଜେଡିର ବିଧାୟକ ଉମାକାନ୍ତ ସାମନ୍ତରାୟ ନିଜେ ଆସି ବଡ ପାଟିରେ ଚିତ୍କାର କରି ଷ୍ଟେଜ୍ ସାମନାରେ ଥିବା ଆସନରୁ ଉଠିଯିବାକୁ ଜୟଶ୍ରୀଙ୍କୁ କହିଥିଲେ I ଏନେଇ ନିଜେ ଜୟଶ୍ରୀ ମହାପାତ୍ର ନିଜ ସୋସିଆଲ ପେଜ୍ ରେ ବିଷୋଦଗାର୍ କରିଛନ୍ତି I
ସୂଚନା ଥାଉ କି ଜୟଶ୍ରୀ ମହାପାତ୍ର ଉତ୍କଳ ମଣି ଗୋପବନ୍ଧୁଙ୍କ ଅଣନାତୁଣୀ ତଥା ଜଣେ ସମାଜସେବିକା ଅଟନ୍ତି I ସତ୍ୟବାଦୀ ରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନରେ ସ୍ଥାନୀୟ ଯୁବକ ମାନଙ୍କୁ ଏକାଠି କରେଇବା ଠାରୁ ଆରମ୍ଭ କରି କ୍ରିୟାନୁଷ୍ଠାନ କମିଟି ପର୍ଯ୍ୟନ୍ତ ତାଙ୍କ ଅବଦାନ ଯଥେଷ୍ଟ I ପ୍ରଥମେ ସତ୍ୟବାଦୀ କ୍ରିୟାନୁଷ୍ଠାନ କମିଟି ଓଡ଼ିଆ ବିଶ୍ୱବିଦ୍ୟାଳୟ ସତ୍ୟବାଦୀରେ ହେଉ ବୋଲି ଏକ ଜନଜାଗରଣ ସୃଷ୍ଟି କରିଥିଲେ ଯେଉଁଥିରେ ଏକ ପ୍ରମୁଖ ଗଣମାଧ୍ୟମ News 7 ମଧ୍ୟ ସାମିଲ ହେଇଥିଲା I
ପରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସତ୍ୟବାଦିରେ ହେବା ନେଇ ଘୋଷଣା ପରେ ବିଧାୟକ ଏହାର ସମ୍ପୂର୍ଣ୍ଣ ଶ୍ରେୟ ନେବାକୁ ଚେଷ୍ଟା କରିଥିଲେ ଯଦିଓ ପ୍ରଥମେ ସେ ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ବିରୋଧ କରିଥିବାର ନିଜେ ଜୟଶ୍ରୀ ଖୋଲାଖୋଲି ଅଭିଯୋଗ କରିଥିଲେ Iପୂର୍ବରୁ ଏକ ଗଣମାଧ୍ୟମରେ ବିଧାୟକ ପ୍ରଥମେ ଓଡ଼ିଆ ବିଶ୍ୱବିଦ୍ୟାଳୟ କୁ ବିରୋଧ କରିଥିବା ଘଟଣା କୁ ସାମ୍ନାକୁ ଆଣିବା ପରେ ହଠାତ ଏହାର ଜବାବ ରଖିନପାରି ଗଣମାଧ୍ୟମ ରେ ହଡ଼ବଡେ଼ଇ ଯାଇଥିଲେ ବିଧାୟକ ,ତେଣୁ ଚର୍ଚ୍ଚା ଚାଲିଛିକି ବିଧାୟକ ଙ୍କ ପୋଲ ଖୋଲିବା ପରେ ପ୍ରତିକ୍ରିୟା ଶିଳ ହେଇ ବିଧାୟକ ଏପରି କରୁଛନ୍ତି ତେବେ ତେବେ ଏନେଇ ସୋସିଆଲ ମିଡିଆରେ ବିଧାୟକ ଙ୍କ ଅନୁଗତ ନିଜର ମତାମତ ରଖିଛନ୍ତି ଯେ ଯେହେତୁ ଜୟଶ୍ରୀ ବସିଥିବା ଚେୟାର vip ଙ୍କ ନିମନ୍ତେ ଉଦ୍ଧିଷ୍ଟ ଥିଲା ତେଣୁ ତାଙ୍କୁ ସେଠାରୁ ଉଠିଯିବାକୁ କୁହାଯାଇଥିଲା