ପାତାଳ ଗରୁଡ ଗଛର ଔଷଧୀୟ ଗୁଣ ,ଯେତେ ଭୟଙ୍କର ବିଷ ହେଇଥାଉ ମୂଳରୁ ନାଶ କରିବ

ଘରେ ଏହି ଗଛ ଥିଲେ ସାପ ଭୁଲ ରେ ଆସିନଥାଏ
ପାତାଳ ଗରୁଡ: ଏହାର ନାମ ଆପଣ ନୀଚେ ଶୁଣିଥିବେ I ଏହା ଏମିତି ଏକ ଗଛ ଯାହାକି ଯେ କୌଣସି ପ୍ରକାର ବିଷକୁ ନାଶ କରିଥାଏ I ଯଦି ଏହି ଗଛ କୁ ଆପଣ ନିଜ ବାଡ଼ି ରେ ଲଗାନ୍ତି ତେବେ କୌଣସି ବି ସରୀସୃପ ଏହି ବୃକ୍ଷ ର ପାଖ ମାଡି ନଥାନ୍ତି I କେବଳ ଏତିକି ନୁହେଁ ,ଏହା ବହୁତ ଔଷଧୀୟ ଗୁଣ ର ଅଧିକାରୀ ଅଟେ I 1) ଯଦି କାହାରିକୁ ବି ସାପ ,ମୂଷା ,ଚୁଚୁନ୍ଦ୍ରା ,ଚାମ୍ପେଇଁନେଉଳ କାମୁଡ଼ିଥାଏ ତେବେ ସେହି ଲୋକକୁ ପାତାଳ ଗରୁଡ଼ ପତ୍ର କିମ୍ବା ଏହାର ଗଛ ମୂଳରେ ଥିବା ଗୁଆ ସହିତ 3/4ଟି ଗୋଲମରିଚ ବାଟି କି ପିଆଇ ଦିଅନ୍ତୁ I

ଏହାକୁ ପ୍ରତି 15/20 ମିନିଟ ଅନ୍ତରରେ 3 ଥର ପିଆନ୍ତୁ ବିଷ ଦୂର ହେଇଯିବ କିନ୍ତୁ ହସ୍ପିଟାଲ ନିହାତି ଭାବରେ ନେବାକୁ ଭୁଲିବେନି I 2) ଅପସ୍ମାର :ଯଦି ଅପସ୍ମାର ରୋଗ ହେଇଥାଏ ତେବେ ପାତାଳ ଗରୁଡ଼ ମୂଳରେ ଥିବା ଗୁଆକୁ ଗୋଲମରିଚ ସହିତ ଚୁର୍ଣ୍ଣ କରି ଏକ ମାସ ଯାଏଁ ଖାଇବା ଦ୍ୱାରା ଅପସ୍ମାର ଭଲ ହେଇଥାଏ I 3) ଯଦି ଶୁକ୍ର ପରିମାଣ କମ ଥାଏ ତେବେ ପାତାଳ ଗରୁଡ଼ ଗଛକୁ ଭଲ ଭାବରେ ଚୁର୍ଣ୍ଣ କରି ସେହି ଚୁର୍ଣ୍ଣ କୁ 2/3 ଗ୍ରାମ କ୍ଷୀର ସହିତ ଏକ ମାସ ଯାଏଁ ସେବନ କରିବା ଦ୍ୱାରା ଶୁକ୍ର ପରିମାଣ ବୃଦ୍ଧି ହେଇଥାଏ I

4)ପାତାଳ ଗରୁଡ ଗଛର ପତ୍ରକୁ ସେଥିରେ ଗୋଲମରିଚ ମିଶାଇ ବାଟି କି ପିଇବା ଦ୍ୱାରା ପେଟ ଜନିତ ଯାବତୀୟ ସମସ୍ୟା ଯଥା ଅଜିର୍ଣ୍ଣ ,ବାୟୁଦୋଷ ,ପେଟ ଫାଂପେଇବା ଭଲ ହେଇଥାଏ I

ଏହାର ଉପକାରିତା ବିଷୟରେ ତ ଆପଣ ଜାଣିଲେ ଏବେ ନିହାତି ଭାବରେ ଘରେ ଏକ ପାତାଳ ଗରୁଡ ଗଛ ଲଗାନ୍ତୁ I ଏହା ଆପଣଙ୍କ ଘରକୁ କୌଣସି ସରୀସୃପ କୁ ଆସିବାକୁ ଦେଇନଥାଏ I

One Comment on “ପାତାଳ ଗରୁଡ ଗଛର ଔଷଧୀୟ ଗୁଣ ,ଯେତେ ଭୟଙ୍କର ବିଷ ହେଇଥାଉ ମୂଳରୁ ନାଶ କରିବ”

Leave a Reply

Your email address will not be published. Required fields are marked *