ଭୁଶୁଡି ପଡିଥିବା ଓଡ଼ିଶାର ବିଦ୍ୟୁତ ବିଭାଗକୁ ସୁଧାରିବାକୁ ଘରୋଇ କମ୍ପାନୀ ହାତକୁ ଟେକିଦିଅଯାଇଥିଲା I କିନ୍ତୁ ସୁଧାର ତ ଦୂରେ ଥାଉ ଯେଉଁ ବି କମ୍ପାନୀ ଏହାର ମାଲିକାନା ନେଲେ କୋଟି କୋଟି ଟଙ୍କା ହଡପ କରି ଚାଲିଗଲେ I ଚାରୋଟି ବଣ୍ଟନ କମ୍ପାନୀ ର ପାଖାପାଖି 7000 ରୁ ଉର୍ଦ୍ଧ ବକେୟା ପଡ଼ିରହିଛି ତାହାକୁ ଆଦାୟ କରିବା ପରିବର୍ତେ ,ଲୋକଙ୍କ ଉପରେ ଏହି କ୍ଷତି କୁ ଲଦିଦିଆଯାଉଛି ଭରଣା ପାଇଁ I କମ୍ପାନୀ ମାନଙ୍କୁ କୋଟି କୋଟି ଟଙ୍କାର ଛାଡ କରାଯାଉଥିବା ବେଳେ ଚାଷୀ ମାନଙ୍କ ପାଇଁ କିଛି ନାହିଁ I ଏହାକୁ ନେଇ ଆଜି କଂଗ୍ରେସ ର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ରାଜ୍ୟ ସରକାର ଙ୍କ ଉପରେ ପ୍ରବଳ ବର୍ଷିଛନ୍ତି I
ଏହା ରାଜ୍ୟସରକାର ଙ୍କ ଅପାରଗତା ବୋଲି ଖୋଲାଖୋଲି ଅଙ୍ଗୁଳି ନିର୍ଦେଶ କରିଛନ୍ତି I ଓଡ଼ିଶାରେ ପ୍ରଥମ ବିଦ୍ୟୁତ ସଂସ୍କାର ଆରମ୍ଭ କରାଯାଇଥିଲେ ମଧ୍ୟ ଏବେ ଟ୍ରାନ୍ସମିଶନ କ୍ଷତି ରେ ଏବେ ଓଡିଶା ପ୍ରଥମ ,ଏବଂ ଆହୁରି ମଧ୍ୟ କହିଛନ୍ତି ଯେ ବିଦ୍ୟୁତ ବିଭାଗ ଏକ ଗୁରତ୍ୱପୁର୍ଣ ବିଭାଗ ହେଇଥିଲେ ମଧ୍ୟ ଚାରୋଟି ବିଭାଗରେ ଜଣେ ମାତ୍ର ଆଇଏଏସ୍ ଅଫିସର ଙ୍କୁ କାହିଁକି ନିଯୁକ୍ତ କରାଯାଇଛି ?? ଏନେଇ ସିଧାସଳଖ ଓଇଆରସି କୁ ଟାର୍ଗେଟ କରିଛନ୍ତି ଶ୍ରୀକାନ୍ତ
I ଓଇଆରସି ଏବେ କିଛି ଅବସରପ୍ରାପ୍ତ ଆଇଏଏସ ଅଧିକାରୀଙ୍କ କ୍ଲବ ପାଲଟିଛି,ଯେଉମାନଙ୍କର କିଛି କର୍ତ୍ତୃତ୍ୱ ନାହିଁ କି ନିୟନ୍ତ୍ରଣ ନାହିଁ I କମ୍ପାନୀ ଏବଂ ଅସାଧୁ -ଅମଲା -ରାଜନେତାଙ୍କ ଭିତରେ ଭିତିରିଆ ବୁଝାମଣା ହେଇ ମଧୁଚନ୍ଦ୍ରିକା ଚାଲିଛି I କୋଟି କୋଟି ଟଙ୍କା ହଡପ ଚାଲିଛି I ତୃତୀୟ ପକ୍ଷ ଦ୍ୱାରା ଏହାର ଅଡିଟ କରାଯାଉ ବୋଲି ଶ୍ରୀକାନ୍ତ ଦାବି କରିଛନ୍ତି I