ଜୟଦେବ ବିହାର ରାଜ ରାସ୍ତାରେ ମା ଝିଅ ମଦ ପି ଚୁଟି ଧରି ଘୋଷଡା ଘୋଷାଡ଼ି ,ପୋଲିସ ର ବି କଲର ଧରି ବାଡେ଼ଇଲେ

ଆଜିକାଲି ଯୁଗ ଆଧୁନିକ ହେଲାଣି ,ହାଇ ସ୍ଟାଟସ ମେଣ୍ଟେନ କରିବାକୁ ଧନୀଘରର ଝିଅ ବୋହୁ ମାନେ ବି ଏଥର ମଦ୍ୟପାନ କରି ପାର୍ଟି ଗଲେଣି i ବୀଚ ରାସ୍ତାରେ ନିଶାସକ୍ତ ଅବସ୍ଥାରେ ବୁଲିଲେଣି ,କାହିଁକିନା ତାଙ୍କର ବି ସମାନ ଅଧିକାର ଅଛି I ତେବେ ଏହି ଆଧୁନିକୀ ଏବେ ଓଡିଶା ମୁଁହା ହେଲାଣି I ଜୟଦେବବିହାର ରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା I ଗତକାଲି ରାତି ପ୍ରାୟ 11ଟା ବେଳେ କ୍ରାଉନ ହୋଟେଲ ପାଖାପାଖି ଏକ ଦାମୀ ଗାଡି ଅଟକିଥିଲା I ଗାଡିଭିତରୁ ଦୁଇ ଜଣ ମହିଳା ବାହାରିଆସିଥିଲେ I ଏବଂ ପରସ୍ପର ମଧ୍ୟରେ ଲଢେଇ ଆରମ୍ଭ କରିଦେଇଥିଲେ ରାସ୍ତା ମଝିରେ I ଚୁଟି ଧରି ଝିଙ୍କା ଝିଙ୍କି ହେଇଥିଲେ ଉଭୟ I ଏବଂ ରାସ୍ତା ମଝିରେ ତମାଶା କରିଥିଲେ I ଗାଡି ଭିତରେ ଜଣେ ଯୁବକ ବସିରହିଥିଲେ ମଧ୍ୟ ଅତ୍ୟଧିକ ମଦ୍ୟପାନ ହେତୁ ବାହାରି ପାରୁନଥିଲେ I

ତେବେ ଦୁଇଜଣ ମହିଳାଙ୍କ ଏପରି ହରକତ ଦେଖି କେହି ଜଣେ ପୋଲିସ କୁ ଖବର ଦେବା ପରେ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଂଚି ଜାଣିବାକୁ ପାଇଥିଲା ଯେ ଦୁହେଁ ମା ଝିଅ I ଉଭୟଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିବା ବେଳେ ନିଶାରେ ଟୁର ଥିବା ଉଭୟ ମା ଝିଅ ପୋଲିସ ର କଲର ଧରି ଘୋଷାଡ଼ି ଥିଲେ ଏବଂ ନିସ୍ତୁକ ବାଡେଇଥିଲେ I ଘଟଣା ସ୍ଥଳରେ ଆଉ ଏକ ମୋବାଇଲ ଭ୍ୟାନ୍ ପହଂଚି ଉଭୟ ମା ଝିଅ ଙ୍କୁ କାବୁ କରି ଥାନାକୁ ନେଇଥିଲା I

ଦୁହେଁ ଏକ ପାର୍ଟି କୁ ଯାଇଥିଲେ ତେବେ ଅତ୍ୟଧିକ ମଦ ପାନ କରିଥିବାରୁ ମା ଝିଅ ନିଜ ନିୟନ୍ତ୍ରଣ ରେ ନରହି ରାସ୍ତା ମଝିରେ ବାଡିଆ ପିଟିଆ ହେଇଥିଲେ I ସେମାନେ ଏକ ଧନୀ ଘର ର ଲୋକ ବୋଲି ଜଣାପଡିଛି I

Leave a Reply

Your email address will not be published. Required fields are marked *