ଦୁର୍ଗା ପୂଜାରେ ଘରକୁ ଏହି ଜିନିଷ ନିହାତି ଆଣି ଆସନ୍ତୁ ମା ଙ୍କ ଆଶୀର୍ବାଦ ମିଳିବ

ଅସତ୍ୟ ଉପରେ ସତ୍ୟର ବିଜୟ ର ପ୍ରତୀକ ହେଉଛନ୍ତି ମା ଦୁର୍ଗା I ଯେତେବେଳେ ମହିଷାସୁର ର ପାପ ର ଭାର ବଢିଗଲା ,ପାପୀ କୁ ବିନାଶ କରିବାକୁ ସ୍ୱୟଂ ମା ଦୁର୍ଗା ଆବିର୍ଭୁତ ହେଇଥିଲେ I ଏବଂ ମହିଷାସୁର କୁ ବଧ କରି ଅନ୍ୟାୟ ଉପରେ ନ୍ୟାୟ ର ବିଜୟ ବାନା ଉଡ଼ାଇଥିଲେ I ମାଙ୍କୁ ମନେପକାଇବାକୁ ପ୍ରତିବର୍ଷ ଅଶ୍ଵିନ ମାସରେ ପୂଜା କରାଯାଇଥାଏ I ଏହା ଦଶହରା ନାମରେ ନାମିତ I ସେହି ପୂନ୍ୟ ଦଶହରା ଏବେ ଆସିଯାଇଛି I ମା ଦୁର୍ଗା ଧରାପୃଷ୍ଠ କୁ ଆଗମନ କରିସାରିଲେଣି I ଏହି ପବିତ୍ର ଦୁର୍ଗାପୂଜାରେ ସଂସାର ର ସମସ୍ତ ନକାରାତ୍ମକ ଶକ୍ତି ନଷ୍ଟ ହେଇଯାଇଥାଏ I ସେଥିପାଇଁ ଦୁର୍ଗା ପୂଜାର ଅଷ୍ଟମୀ ଏବଂ ନବମୀ ରାତ୍ରି କୁ ବହୁ ଗୁରୁତ୍ୱ ମାନାଯାଇଥାଏ I

ତେବେ ଏହି ଦୁର୍ଗା ପୂଜାରେ ଘରକୁ ଆପଣଙ୍କ ସକ୍ଷମତା ଅନୁଯାଇ ସୁନା ବା ରୁପା ର ମୁଦ୍ରା ନେଇଆସନ୍ତୁ I ମୁଦ୍ରା କୁ ଘରେ ଥିବା ଦୁର୍ଗା ମାତା ଙ୍କ ପାଖରେ ସ୍ଥାପନ କରିଦିଅନ୍ତୁ କିମ୍ବା ଯଦି କଳସ ବସାଇଥାନ୍ତି ସେହି କଳସ ରେ ଏହି ମୁଦ୍ରା କୁ ପକାଇଦିଅନ୍ତୁ I ପରେ ନବମୀ ସମାପ୍ତ ପରେ ଦଶମୀ ଦିନ ଏହି ମୁଦ୍ରାକୁ ଏକ ଲାଲ କପଡା ରେ ବାନ୍ଧି ଆପଣଙ୍କ ଆଲମିରା ରେ ରଖିବା ଦ୍ୱାରା ମା ଦୁର୍ଗା ଙ୍କ ଆଶୀର୍ବାଦ ମିଳିଥାଏ I

ମୟୁରପଂଖ କୁ ଅତ୍ୟନ୍ତ ଶୁଭ ମନାଯାଇଥାଏ ,ଏହି ଦୁର୍ଗା ପୂଜାରେ ମା ଙ୍କ ପାଖରେ ଏକ ମୟୁର ପଙ୍ଖ ସ୍ଥାପନ କରନ୍ତୁ I ଏହା ଦ୍ୱାରା ଘରେ ସୁଖ ଶାନ୍ତି ଫେରି ଆସିବା ସହିତ ସମସ୍ତ ନକାରାତ୍ମକ ଶକ୍ତି ନଷ୍ଟ ହେଇଥାଏ I

Leave a Reply

Your email address will not be published. Required fields are marked *