ବଙ୍ଗୀୟ ଯୁବତୀ ଙ୍କୁ ଗଣ ଦୁଷ୍କର୍ମ ଦାବି ରେ ଆଜି ସକାଳ ୬ ଟା ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଚାଲିଛି ୧୩ ଘଣ୍ଟିଆ କୋଣାର୍କ ବନ୍ଦ। ଏହି ବନ୍ଦ ପାଇଁ ଖାଁ ଖାଁ ଲାଗୁଛି ଅର୍କ ଖେ।
ଗତ ୧୭ ତାରିଖ ରେ କୋଣାର୍କ ମାର୍କେଟ କମ୍ପ୍ଲେକ୍ସ ରେ ଏକ ବନ୍ଦ ଘରୁ ଗଣ ଦୁଷ୍କର୍ମ ରେ ଶିକାର ହୋଇଥିବା ଯୁବତୀ ଙ୍କୁ ଉଦ୍ଧାର କରିଥିଲା ପୁଲିସ୍।କିନ୍ତୁ ଏହି ଘଟଣା କୁ ପାଖା ପାଖି ୧୨ ଦିନ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଅଭିଯୁକ୍ତ ମାନଙ୍କୁ ଧରିବାରେ ବିଫଳ ହୋଇଛି ପୁଲିସ୍।
ତେବେ ଘଟଣା ଟି ଏହିପରି ଥିଲା କି ସୂର୍ଯ୍ୟ ମନ୍ଦିର ରୁ ମାତ୍ର ଏକ କିମି ଦୂରରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସ ରେ ଏକ ପରିତ୍ୟକ୍ତ ଘରେ ୧୦ ଜଣ ଯୁବକ ବଙ୍ଗୀୟ ଯୁବତୀ ଙ୍କୁ ୪ ଦିନ ଧରି ବଳାତ୍କାର କରିଥିଲେ।
ଯୁବତୀ କୌଣସି ମତେ ଆସି ଛାତ ଉପରେ ସାହାଯ୍ୟ ପାଇଁ ଚିତ୍କାର କରିବା ପରେ ଲୋକ ମାନେ ପୁଲିସ୍ ଓ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଏହା ପରେ ପୁଲିସ୍ ପହଞ୍ଚି ଉକ୍ତ ଯୁବତୀ ଙ୍କୁ ଉଦ୍ଧାର କରିଥିଲା।