ବାଜି ଜିତିଗଲେ ବୈଜୟନ୍ତ , ଜବତ ହେଇଥିବା ତିନୋଟି ହେଲିକପ୍ଟର ରୁ ଦୁଇଟି ହାଙ୍ଗର ଖୋଲିଲା

ଚିଲିକା ର ନୋ ଫ୍ଲାଇଙ୍ଗ ଜୋନ ରେ ବିମାନ ଉଡାଣ କରିଥିବା ଅଭିଯୋଗ ରେ ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ ବୈଜୟନ୍ତ ଙ୍କ ତିନୋଟି ହେଲିକପ୍ଟର ସିଲ କରିଥିଲେ I ଏନେଇ ଇମ୍ଫା ପକ୍ଷରୁ ମଧ୍ୟ ଏକ ଚିଠି ଲେଖା ଯାଇଥିଲା ଯେ ଯେହେତୁ ଗୋଟିଏ ହେଲିକପ୍ଟର ବିବାଦ ରେ ଅଛି ତେଣୁ ତିନୋଟି ହେଲିକପ୍ଟର କୁ ଜବତ କରିବା ବେଆଇନ ଅଟେ I ତେବେ ଦୀର୍ଘ ଏକ ମାସ ପରେ ଡ଼ିଜିସିଏ ରିପୋର୍ଟ ଦେଇଥିଲେ କି ବୈଜୟନ୍ତ କୌଣସି ନିୟମ ଉଲ୍ଲଙ୍ଘନ କରିନାହାନ୍ତି I ଏହାପରେ ବାଧ୍ୟ ହେଇ ଗତକାଲି ତିନୋଟି ହେଲିକପ୍ଟର ରୁ ଦୁଇଟି ହେଲିକପ୍ଟର ର ହାଙ୍ଗର ଖୋଲାହେଇଛି

ଏବଂ ଡ଼ିଜିସିଏ ଙ୍କ ରିପୋର୍ଟ ପରେ ମଧ୍ୟ ବିବାଦ ରେ ଥିବା ହେଲିକପ୍ଟର ର ହାଙ୍ଗର ଖୋଲାଯାଇନି I ତେବେ ଗତକାଲି ହେଲିକପ୍ଟର ହାଙ୍ଗର ଖୋଲା ଯିବା ପରେ ପୁରୀ ଏସପି ଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ଉଠାଇଛନ୍ତି ଜନତା ,ଯଦି ଗୋଟିଏ ହେଲିକପ୍ଟର ବିବାଦ ରେ ଥିଲା ତେବେ ତିନୋଟି ହେଲିକପ୍ଟର କୁ କାହିଁକି ଜବତ କରାଯାଇଥିଲା ??

ଡ଼ିଜିସିଏ କ୍ଲିନ ଚିଟ ଦେବା ପରେ ମଧ୍ୟ କାହିଁକି ଏଯାଏଁ ଅନ୍ୟ ଏକ ହେଲିକପ୍ଟର କୁ ଛଡା ଯାଇନି ?? ବିନା ତଦନ୍ତ ରେ କିପରି ଜବତ କରାଯାଇଥିଲା ହେଲିକପ୍ଟର ??ତୃତୀୟ ମହଲା ର ଦ୍ୱିତୀୟ କ୍ଷମତା କେନ୍ଦ୍ର ପକାଇଥିଲେ କି ଚାପ ?? ଏସବୁ ପ୍ରଶ୍ନ ଭିତରେ ଏବେ ପୁରୀ ପୋଲିସ ର କାର୍ଯ୍ୟକଳାପ ପ୍ରଶ୍ନବାଚୀ ହେଇ ରହିଯାଇଛି I

Leave a Reply

Your email address will not be published. Required fields are marked *