ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ।ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ସ୍ଵତନ୍ତ୍ର ସ୍ଥାନ ପାଇଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଏବଂ ଅଭୟାରଣ୍ୟ ଗୁରୁବାରଠାରୁ ଖୋଲିଛି।
ପ୍ରଥମ ଦିନରେ ବନବିଭାଗ ପକ୍ଷରୁ ପର୍ଯ୍ୟଟକ ମାନଙ୍କୁ ଗୋଲାପ ଫୁଲ ଦେଇ ସ୍ଵାଗତ କରାଯାଇଛି।ଶିମିଳିପାଳ ପ୍ରାକୃତିକ ଶିରୀସୁଷମା ସହିତ ଏହାର ଜୈବ ବିବିଧତା ସମ୍ଭାର ଏବଂ ବଣୁଆ ଜୀବଜନ୍ତୁଙ୍କ ଦେଖିବା ପାଇଁ ପର୍ଯ୍ୟଟକଙ୍କ ମନରେ ଅହେତୁକ ଆକର୍ଷଣ ଓ ଉତ୍ସାହ ପରିଲକ୍ଷିତ ହୋଇଥିଲା।
ପ୍ରଥମ ଦିନରେ ଯଶିପୁର ର କାଳିଆଣି ତନଖି ଫାଟକ ଦେଇ ୮ଟି ଗାଡ଼ି ଶିମିଳିପାଳ ଭିତରକୁ ପ୍ରବେଶ କରିଥିବା ବେଳେ ଲୁଲୁଙ୍ଗସ୍ଥିତ ପିଠାବଟା ଫାଟକ ଦେଇ ମଧ୍ୟ ୭ଟି ଗାଡ଼ିରେ ପର୍ଯ୍ୟଟକ ଶିମିଳିପାଳ ବୁଲି ଯାଇଥିଲେ। ସେଥି ମଧ୍ୟରୁ ଓଡ଼ିଶା ବାହାରୁ ୫ଜଣ ପର୍ଯ୍ୟଟକ ଥିବାବେଳେ ୪୨ ଜଣ ରାଜ୍ୟର ବିଭିନ୍ନ ଅଂଚଳରୁ ଆସିଥିଲେ।ଏବଂ ସେମାନଙ୍କୁ ଗୋଲାପ ଫୁଲ ଦେଇ ସ୍ଵାଗତ କରାଯାଇଥିଲା।