ମରିଗଲା ମାନବିକତା :ଦୁର୍ଘଟଣାରେ ଗୁରୁତର ଡ୍ରାଇଭର କୁ ଛାଡି ପିଆଜ ଚୋରି କଲେ ଲୋକେ

ମାଗଣା ପାଇଲେ ଲୋକେ ଯେ ପିଚୁ ଗିଳିପକେଇବେ ଏ କଥା ଟା ଦେଖିବାକୁ ମିଳିଛି ମୁମ୍ବାଇ ରେ I ଦୁର୍ଘଟଣା ରେ ଆହତ ହେଇଥିବା ଜଣେ ଡ୍ରାଇଭର କୁ ହସ୍ପିଟାଲ କୁ ନେବା ପରିବର୍ତେ ଲୋକମାନେ ଟ୍ରକ ରେ ଥିବା ପିଆଜ ଚୋରି କରିବାରେ ଲାଗିଗଲେ I ପ୍ରାପ୍ତ ସୂଚନା ଅନୁଯାଇ ମୁମ୍ବାଇ ଭଳବାନ ବ୍ରିଜ ପାଖରେ ଏକ ପିଆଜ ବୋଝେଇ ଟ୍ରକ ଭାରସାମ୍ୟ ହରାଇ 30ଫୁଟ ବ୍ରିଜ ତଳକୁ ଖସି ପଡିଥିଲା I

ଦୁର୍ଘଟଣା ରେ ଟ୍ରକ ଡ୍ରାଇଭର ଜଣଙ୍କ ଗୁରୁତର ଆହତ ହେଇ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ କିନ୍ତୁ କେହି ଜଣେ ହେଲେ ବି ତାଙ୍କୁ ସାହାଯ୍ୟ ର ହାତ ନ ବଢ଼ାଇ ଓଲଟା ରାସ୍ତାରେ ପଡିଥିବା ପିଆଜ ଚୋରି କରିବାରେ ଲାଗିଥିଲେ I

ପରିସ୍ଥିତି ଏପରି ହେଇଥିଲା ଯେ ରାସ୍ତା ର ଉଭୟ ପାର୍ଶ୍ଵ କିଛି ସମୟ ପାଇଁ ଯାମ ହେଇଯାଇଥିଲା I ଖବର ପାଇ ପୋଲିସ ସେଠାରେ ପହଂଚି ଡ୍ରାଇଭର ଙ୍କୁ ତୁରନ୍ତ ହସ୍ପିଟାଲ ପଠାଇଥିଲେ I

Leave a Reply

Your email address will not be published. Required fields are marked *