ଦିନକୁ ଦିନ ଆମ ବାୟୁମଣ୍ଡଳ ଦୂଷିତ ହେବାକୁ ଲାଗିଲାଣି।ତେଣୁ ବାୟୁକୁ ଶୁଦ୍ଧ କରିବା ପାଇଁ ବହୁ ଗବେଷକ ବିଭିନ୍ନ ଉପକରଣ ନିର୍ମାଣ କଲେଣି।
ଏମିତି ଏକ ନୂତନ ଉପକରଣ ନିର୍ମାଣ କରିଛନ୍ତି,ବ୍ରିଟେନ ସ୍ଥିତ ବସ୍ ଏବଂ ରେଲୱେ ଅପରେଟିଂ ଗ୍ରୁପ୍ ‘ ଗୋ – ଆହେଡ ‘ ର ଗବେଷକମାନେ।ଏହି ଉପକରଣ ବସ ର ଛାତ ଉପରେ ଲଗାଯାଇଛି।
ବସ ଚାଲିବା ସମୟରେ ବସ ରୁ ବାହାରୁଥିବା ଧୂଳି ଓ ବାୟୂରେ ଥିବା ଅନ୍ୟ ବିଷାକ୍ତ ପଦାର୍ଥକୁ ଏହି ଉପକରଣ ଶୋଷିନେବ ଏବଂ ଶୁଦ୍ଧ ବାୟୁ ଛାଡିବ।ଏହି ବସ ର ନାମ ‘ ବ୍ଲୁ ଷ୍ଟାର୍ ‘ ରଖାଯାଇଛି।ଗୋ – ଆହେଡ ର ମୁଖ୍ୟ ପରିଚାଳକ ଡାଭିଡ଼ ବ୍ରାଉନ କୁହନ୍ତି ବସ୍ ଟି ଚାଲୁଥିବା ସମୟରେ ପ୍ରାୟ ଦଶ ମିଟର ଉଚ୍ଚରେ ଥିବା ଧୂଳିକଣା ଏବଂ ବିଷାକ୍ତ କଣିକାକୁ ବସରେ ଲାଗିଥିବା ଉପକରଣ ଶୋଷିବ।ଦୂଷିତ ବାୟୁର ଥିବା ଛୋଟରୁ ଅତି ଛୋଟ କଣିକାକୁ ଶୋଷି ପ୍ରାୟ ୯୯.୫ ପ୍ରତିଶତ ବାୟୁ ଶୁଦ୍ଧ କରିବ।