ସହର ରେ ନିଜେ ବୁଲି ଲାଞ୍ଚୁଆ ଏବଂ ଅବହେଳା କରୁଥିବା ପୋଲିସ ମାନଙ୍କୁ ଲୋକଙ୍କ ସାମ୍ନାରେ ଦଣ୍ଡ ଦେଲେ

ସବୁବେଳେ ପୋଲିସ ର କାର୍ଯ୍ୟକଳାପ କୁ ନେଇ ପ୍ରଶ୍ନ ଉଠେ ,ଅଭିଯୋଗ ଆସେ କି ପୋଲିସ ଲୋକଙ୍କ ପାଖରେ ନ ପହଞ୍ଚି ଓଲଟା ଲୋକଙ୍କୁ ହଇରାଣ କରିଥାଏ I ନିଜ ପାୱାର ଦେଖାଇଥାଏ I ଲାଞ୍ଚ ମଧ୍ୟ ପୋଲିସ ନେଇଥାଏ ,ଠିକ ରେ ନିଜ କର୍ତବ୍ୟ ବି କରିନଥାଏ ଯେଉଁଥିପାଇଁ ସୁରକ୍ଷା ଅବସ୍ଥା ରେ ଢିଲା ହେଇ ଅପରାଧୀ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଥାଏ I ଉତ୍ତରପ୍ରଦେଶ ରେ ନିଜେ SSP କଳାନିଧି ନାଇଥାନି ସହର ର ସବୁ ଜାଗାରେ ବୁଲି ନିରାପତ୍ତା ପରୀକ୍ଷଣ କରିବା ସହିତ ପୋଲିସ ମାନଙ୍କର ଗତିବିଧି ,ବ୍ୟବହାର ,କର୍ତବ୍ୟ ତଦାରଖ କରିଥିଲେ I

ତେବେ ତଦାରଖ ସମୟରେ ଅନେକ ପୋଲିସ କର୍ମଚାରୀ ଡିଉଟି ରେ ଅନୁପସ୍ଥିତ ଥିଲେ ଯାହାକୁ ନେଇ ଭୀଷଣ ରାଗିଯାଇଥିଲେ ନାଇଥାନି I ଘଟଣା ସ୍ଥଳକୁ ସେମାନଙ୍କୁ ଡକାଇ,ଲୋକଙ୍କ ସାମ୍ନା ରେ ସେମାନଙ୍କର ଟୋପି ରଖି ସେହି ଠାରୁ ବିଦା କରିଦେଇଥିଲେ ଏବଂ ଚାଲି ଚାଲି ଅଫିସ ରେ ଯାଇ ଦେଖା କରିବାକୁ ନିର୍ଦେଶ ଦେଇଥିଲେ I

କେତେଜଣ ଲାଞ୍ଚୁଆ ଅଫିସର ଙ୍କ ନା ଆସିବାରୁ ରାଗିକି ନିଆଁ ବାଣ ହେଇଥିଲେ ନାଇଥାନି,ତୁରନ୍ତ ଚାକିରୀ ଛାଡି ଚାଲିଯିବାକୁ କଡା ସ୍ୱରରେ ଦେଇଥିଲେ ନିର୍ଦେଶ I ତେବେ ନାଇଥାନି ଙ୍କ ଖିଲାପକାରୀ ଏବଂ ଲାଞ୍ଚୁଆ ପୋଲିସ ଉପରେ ଏପରି କାର୍ଯ୍ୟାନୁଷ୍ଠାନ କୁ ସବୁ ମହଲ ରେ ସ୍ୱାଗତ କରାଯାଇଛି I

Leave a Reply

Your email address will not be published. Required fields are marked *