ଘରେ ମହୁମାଛି ଏବଂ ବିରୁଡି ବସା କରିବା ଶୁଭ ନା ଅଶୁଭ !! ମହୁମାଛି ଏବଂ ବିରୁଡି କାମୁଡ଼ିଲେ ଜାଣନ୍ତୁ କଣ କରିବେ

ମହୁମାଛି ଏବଂ ବିରୁଡି ଦେଖିଲେ ଆମକୁ ଡର ଲାଗିଥାଏ I କାହିଁକିନା ଏମାନେ ଦଂଶନ କରିବା ଦ୍ୱାରା ଅନେକ ଯନ୍ତ୍ରଣା ହେଇଥାଏ I ସାଧାରଣତଃ ଘର ଭିତରେ ମହୁ ମାଛି ଏବଂ ବିରୁଡି ବେଳେବେଳେ ବସା କରିଥାନ୍ତି I ମହୁ ମାଛି ଏବଂ ବିରୁଡି ଘରେ ବସା କରିବା ଦ୍ୱାରା ଅନେକ ଲୋକ ଏହାକୁ ଶୁଭ କହିଥାନ୍ତି ତ ଆଉ କେତେକ ଏହାକୁ ଅଶୁଭ କହିଥାନ୍ତି I ତେବେ ବାସ୍ତୁଶାସ୍ତ୍ର ଅନୁଯାଇ ଯଦି ଘର ର ଠାକୁର ଘରେ ମହୁ ମାଛି ବସା କରେ ତେବେ ଏହା ପରିବାର କୁ ନିକଟ ଭବିଷ୍ୟତ ରେ କୌଣସି ବଡ ଧରଣର ବିପତ୍ତି ଆସିବାର ସମ୍ଭାବନା I

ଏହା ବ୍ୟତୀତ ଘରେ ଏମାନେ ରହିବI ଦ୍ୱାରା ଘର ଲୋକଙ୍କୁ ଦଂଶନ କରିବାର ସମ୍ଭାବନା ରହିଥାଏ ସେଥିପାଇଁ ଏହାକୁ ଅଶୁଭ କୁହାଯାଇଥାଏ I ମହୁମାଛି କାମୁଡ଼ିଲେ କଣ କରିବେ :ଯଦି ମହୁମାଛି କାମୁଡି ଦିଏ ତେବେ ତୁରନ୍ତ ଏମୋନିଆ ବା ଘରେ ଥିବା ଖାଇବା ସୋଢା ଲଗାଇଦିଅନ୍ତୁ ତୁରନ୍ତ ମୁକ୍ତି ମିଳିବ Iମହୁମାଛି ବିଷରେ ଏସିଡ଼ିକ(ଅମ୍ଳ )ରହିଥାଏ I

ବିରୁଡି କାମୁଡ଼ିଲେ ତୁରନ୍ତ ସେହି ଜାଗାରେ ଲେମ୍ବୁରସ ,ଭିନେଗାର ,କିମ୍ବା କଇଁଆ ଲଗାଇଦିଅନ୍ତୁ ଯନ୍ତ୍ରଣା ରୁ ଉପଶମ ମିଳିବ I ବିରୁଡି ବିଷରେ କ୍ଷାର ରହିଥାଏ ଯାହାକି ଅମ୍ଳ ଦ୍ୱାରା ଉପଶମ ମିଳିଥାଏ I

Leave a Reply

Your email address will not be published. Required fields are marked *