ସାରୁ ର ଔଷଧୀୟ ଗୁଣ ଓ ଉପକାରିତା

ଆମେ ଜଣିଚେ ପ୍ରାୟ ସମସ୍ତେ ସାରୁ ଖାଇବାକୁ ଭଲ ପାଆନ୍ତି ନାହିଁ। କାରଣ ତାହା ପାଟି କୁ ଲାଳୁଆ ଲାଗେ ଓ କୁଣ୍ଡାଇ ହୁଏ। କିନ୍ତୁ ସାରୁ ଆମ ଶରୀର ପାଇଁ ବହୁତ୍ ଉପଯୋଗୀ।
ସାରୁ ରେ କାର୍ବୋହାଇଡ୍ରେଟ, ପ୍ରୋଟିନ, ଭିଟାମିନ ବି କମ୍ପ୍ଲେକ୍ସ, ଭିଟାମିନ ଏ, ଭିଟାମିନ ସି, ଭିଟାମିନ ଈ, ଭିଟାମିନ କେ, ସୋଡ଼ିୟମ୍, ପୋଟାସିୟମ, କ୍ୟାଲସିୟମ, କପର୍, ଆଇରନ ପରି ଅନେକ ପ୍ରକାର ଭିଟାମିନ ଏବଂ ମିନେରାଲ ରହିଛି।

ସାରୁ ଖାଇବା ଦ୍ବାରା ଅମର ବହୁତ୍ ଉପକାର ହୋଇ ଥାଏ। ଆମେ କୌଣସି କାମ କଲେ ଯଦି ଜଲ୍ଦୀ ହାଲିଆ ହୋଇ ଯାଉଛୁ ତେବେ ସାରୁ ଆମକୁ ସାହାଯ୍ୟ କରିଥାଏ। ସାରୁ ଖାଇବା ଦ୍ବାରା ଆମକୁ ଅଧିକ ଶକ୍ତି ମିଳିଥାଏ ଏବଂ ମୋଟା ମଧ୍ୟ କମିଥାଏ। ସାରୁ ଖାଇବା ଦ୍ବାରା ଅମର ହଜମ କ୍ରିୟା ମଧ୍ୟ ଭଲ ହୋଇଥାଏ। ଆଉ ମଧ୍ୟ ପେଟରେ ଯଦି କିଛି ବିଷାକ୍ତ ଦ୍ରବ୍ୟ ରହିଥାଏ ତାକୁ ବାହାର କରିବାରେ ମଧ୍ୟ ସାରୁ ସାହାଯ୍ୟ କରିଥାଏ।

ସାରୁ ଖାଇବା ଦ୍ବାରା ଅନେକ ରୋଗ ମଧ୍ୟ ଭଲ ହୋଇଥାଏ। ରକ୍ତଚାପ ଥିବା ବ୍ୟକ୍ତି ଙ୍କ ପାଇଁ ସାରୁ ବିଶେଷ ଉପଯୋଗୀ। ଏହା ଆମ ତ୍ଵଚା ର ସୁନ୍ଦରତା ବଢେଇବାରେ ମଧ୍ୟ ବହୁତ୍ ସାହାଯ୍ୟ କରିଥାଏ। ଏବଂ ଯଦି ଆଖିରେ କୌଣସି ପ୍ରକାର ଅସୁବିଧା ଥାଏ ତେବେ ସାରୁ ଖାଇବା ଦ୍ବାରା ତାହା ଭଲ ହୋଇଥାଏ। ତାହା ଆଖିକୁ ବହୁତ୍ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଡାଇବେଟିସ ଥିବା ବ୍ୟକ୍ତି ଯଦି ସାରୁ ଖାଆନ୍ତି ତେବେ ତାଙ୍କ ଡାଇବେଟିସ କଣ୍ଟ୍ରୋଲ ହୋଇଥାଏ ଏବଂ ତାହା ଆମ ରକ୍ତ ସଞ୍ଚାଳନ ରେ ମଧ୍ୟ ବହୁତ୍ ସାହାଯ୍ୟ କରିଥାଏ।

Leave a Reply

Your email address will not be published. Required fields are marked *