ସ୍ତ୍ରୀ ର ଖୁଶି ପାଇଁ ପ୍ରେମିକ ସହିତ ବିବାହ କରାଇଲେ ସ୍ୱାମୀ ,କେନ୍ଦ୍ରାପଡା ରେ ବିରଳ

ପ୍ରେମ କେତେବେଳେ କାହା ସହିତ କେମିତି ହୁଏ କହିହୁଏନି I ଏମିତି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ପଟ୍ଟାମୁପଣ୍ଡାଇ ବ୍ଲକ୍ ଏଣ୍ଡୁଳାପୁର ଗ୍ରାମରେ I ସାଗରିକା ସହିତ ଜଗନ (ଛଦ୍ମନାମ ) ର ବୈଦିକ ମତେ ବିବାହ ହେଇଥିଲା ଚାରିବର୍ଷ ତଳେ I ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ I ଏକ ଝିଅ ମଧ୍ୟ ସେମାନଙ୍କର ଥିଲା I ପରିବାର ଚଳାଇବାକୁ ସୁଦୂର କଲିକତା କୁ କାମ କରିବାକୁ ପଳାଇଥିଲେ ସ୍ୱାମୀ I ତେବେ ୟା ଭିତରେ ସ୍ତ୍ରୀ ସାଗରୀକା ଙ୍କର ସେହି ଗ୍ରାମର ଜଣେ ଯୁବକ ଙ୍କ ସହିତ ପ୍ରେମ ହେଇଯାଇଥିଲା I

ପ୍ରେମ ଏତେବାଟକୁ ବଢିଯାଇଥିଲା ଯେ ଦୁହେଁ ଲୁଚାଛପା ଶାରୀରିକ ସମ୍ପର୍କ ରେ ଲିପ୍ତ ଥିବା ବେଳେ ପରିବାର ଲୋକେ ମଧ୍ୟ ଧରିଛନ୍ତି I ତେବେ ସ୍ୱାମୀ ଏକଥା ଜାଣିବା ପରେ ଯଦିଓ ଭାଙ୍ଗିପଡିଥିଲେ ତଥାପି ସ୍ତ୍ରୀ କୁ ବହୁତ ଭଲପାଉଥିବାରୁ ସ୍ତ୍ରୀ ର ଖୁଶି ପାଇଁ ନେଇଥିଲେ ଏକ ଅଜବ ନିଷ୍ପତି I ପ୍ରେମିକ ସହିତ ନିଜ ସ୍ତ୍ରୀ ର ବିବାହ କରାଇଥିଲେ ସ୍ୱାମୀ କୋର୍ଟ ରେ I

ନିଜେ କୋର୍ଟ ପେପର ରେ ସାକ୍ଷୀ ମଧ୍ୟ ରହିଥିଲେ I ଏହି ଘଟଣା ଏବେ ସାରା କେନ୍ଦ୍ରାପଡା ରେ ଚର୍ଚା ପାଲଟିଛି I

Leave a Reply

Your email address will not be published. Required fields are marked *