ଭଣ୍ଡ ସାରଥୀ ଜେଲ୍ ଭିତ ରେ ,ସମର୍ଥକ ମାନେ ଚଳାଇଛନ୍ତି ପ୍ରଚାର ,ଜେଲ୍ ରୁ ଚାଲିଛି କି ସାରଥୀ ଙ୍କ ନେଟୱାର୍କ

ପାଦରୁ ମହୁ ,ହାତରୁ ବିଭୁତି ,ସିମେଣ୍ଟ ଗାଈରୁ କ୍ଷୀର ବାହାର କରି ବାବା ଶ୍ରୀମଦ ସାରଥୀ ନାମରେ ଚର୍ଚିତ ହେଇ ନିଜର ଲକ୍ଷ ଲକ୍ଷ ଭକ୍ତ ସୃଷ୍ଟି କରି ଲୋକଙ୍କୁ ଭଣ୍ଡାଉଥିବା ଭଣ୍ଡ ସାରଥୀ ର ଶେଷରେ ଗୁମର ଖୋଲିଥିଲା ନିଉଜ ସେଭେନ I ହାଇଦ୍ରାବାଦ ର ଗୋଲକୁଣ୍ଡା ହୋଟେଲ ରେ ଜଣେ ଡାକ୍ତରୀ ଛାତ୍ରୀ ସହିତ ରହିବା ର ପ୍ରମାଣ ଖୁଲାଶା ହେବା ପରେ ଶେଷରେ ସାରଥୀ ର ଭଣ୍ଡାମୀ ର ଅନ୍ତ ଘଟିଥିଲା ,ସାରଥୀ କୁ ଗିରଫ କରିବାକୁ ସାରା ରାଜ୍ୟରେ ନିଆଁ ଜଳିଥିଲା ଏବଂ ବାଧ୍ୟ ହେଇ ପୋଲିସ ଗିରଫ ହେଇଥିଲା I ତେବେ ୟା ଭିତରେ ସାରଥୀ ଗିରଫ ହେବାର ଦୀର୍ଘ ତିନିବର୍ଷ ବିତିଯାଇଥିଲେ ମଧ୍ୟ କିଛି ଭକ୍ତ ଭଣ୍ଡ ସାରଥୀ ର ପ୍ରଚାର ପ୍ରସାର ସୋସିଆଲ ମିଡିଆରେ ଜାରି ରଖିଛନ୍ତି I

ବିଭିର୍ଣ୍ଣ ଜାଗାରେ ସାରଥୀ ର କାର୍ଯ୍ୟକ୍ରମ କରି ଭକ୍ତ ଙ୍କ ମନରେ ପୁଣିଥରେ ସାରଥୀ ଙ୍କ ପ୍ରତି ଦରଦ ସୃଷ୍ଟି କରୁଛନ୍ତି I ସାରଥୀ ନିର୍ଦୋଷ ତାଙ୍କୁ ଫସାଇ ଦିଆଯାଇଛି ପୁଣି ସାରଥୀ ଫେରିବେ ଏପରି ଅଭୟାବାଣୀ ଦିଆଯାଉଛି ଭକ୍ତ ମାନଙ୍କୁ I

ତେବେ ଚର୍ଚା ଚାଲିଛି କି ସାରଥୀ ଜେଲ ଭିତରୁ ଏ ନେଟୱାର୍କ ତାଙ୍କ ସମର୍ଥକ ମାନଙ୍କ ଦ୍ୱାରା କାୟା ବିସ୍ତାର କରୁନାହାନ୍ତି ତ ?? ପୁଣିଥରେ ଜେଲ ରୁ ଫେରିବା ପରେ ଲୋକଙ୍କୁ ଭଣ୍ଡIଇବା ପାଇଁ ଏ ଚକ୍ରାନ୍ତ ହେଉନି ତ ??

ଭଣ୍ଡ ସାରଥୀ ର ଭଣ୍ଡାମୀ ପ୍ରଚାର ପ୍ରସାର କରୁଥିବା ସେହି ବ୍ୟକ୍ତି ମାନଙ୍କୁ ତୁରନ୍ତ ଗିରଫ କରିବାକୁ ସାଧାରଣ ରେ ଦାବି ହେଉଛି

Leave a Reply

Your email address will not be published. Required fields are marked *