କେଶ ଝଡ଼ିବା ବନ୍ଦ କରିବାର ଘରୋଇ ଉପାୟ

ଥରେ କେଶ ଝାଡ଼ିବା ଆରମ୍ଭ ହୋଇ ଗଲେ ଏହାକୁ ରୋକିବା ଅସମ୍ଭବ ହୋଇଯାଏ। କାରଣ ଅଧିକାଂଶ ଲୋକ ଙ୍କୁ କେଶ ଝଡ଼ିବା ଅସଲ କାରଣ ଜଣା ନଥାଏ। ଏହି କାରଣ ଜଣା ପଡିଗଲେ କେତେକ ଘରୋଇ ଉପଚାର ମାଧ୍ୟମ ରେ କେଶ ଝଡିବ କୁ ସାତ ଦିନ ରେ ରୋକ ଯାଇ ପାରିବ।

କିଛି ଲୋକ କେଶ ଝଡ଼ିବା ର ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଏଣୁ ତେଣୁ ଘରୋଇ ଉପଚାର କରିଥାନ୍ତି। ଯାହା କେଶ ଝାଡ଼ିବା ସମସ୍ୟା କୁ ଆହୁରି ଗୁରୁତର କରିଥାଏ। ତେଣୁ କେଶ ଉପୁଡିବା କୁ ରୋକିବା ପାଇଁ କିଛି କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ।

1. ଅଧିକାଂଶ ଲୋକ କେଶ କୁ ଶମ୍ପୋ ରେ ଧୋଇ ଥାଆନ୍ତି। ଏହି ଶମ୍ଫୋ ରେ କେମିକାଲ ଥିବାରୁ କେଶ ଖରାପ ହୋଇଥାଏ। ଏଥି ପାଇଁ ହର୍ବାଲ କିମ୍ବା ବେବି ସାମ୍ଫୋ ରେ କେଶ ଧୋଇବା ଉଚିତ୍। କାରଣ ଏଥିରେ କେମିକାଲ କମ୍ ପରିମାଣ ରେ ଥାଏ। ଯଦି କେଶ ଝଡୁଥାଇ ତେବେ ଶାମ୍ଫୋ ରେ କିଛି ପ୍ରାକୃତିକ ଜିନିଷ ମିଶାଇ କେଶ ଧୋଇଲେ କେଶ ଝଡ଼ିବା ବନ୍ଦ ହୋଇଥାଏ।

ତେଣୁ କେଶ ଧୋଇବା ପୂର୍ବରୁ ସାମ୍ଫ ରେ ଅଅଁଳା ରସ ଏକ ଚାମଚ୍, କଞ୍ଚା ଧନିଆ ରସ ଏକ ଚାମଚ୍, ନଡ଼ିଆ ତେଲ ଏକ ଚାମଚ୍ ନିଅନ୍ତୁ। କେଶ ଧୋଇବା ପାଇ ଏହି ମିଶ୍ରଣ ର ବ୍ୟବହାର କରନ୍ତୁ। ଏପରି କରିବା ଦ୍ବାରା କେଶ ର ମୂଳ ମଜଭୁତ ହୋଇଥାଏ ଓ କେଶ ଝଡ଼ିବା ବନ୍ଦ ହୋଇଥାଏ। ଯଦି ଆମ୍ଲା ରସ ନ ମିଳେ ତେବେ ଲେମ୍ବୁ ରସ ମଧ୍ୟ ବ୍ୟବହାର କରାଯାଇ ପାରିବ।

2. କେଶ ଉପୁଡିବ କୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଚାହୁଁଥିଲେ ସପ୍ତାହ ରେ ଦୁଇ ଥର ମୁଣ୍ଡ କୁ ମସାଚ୍ କରିବା ଆବଶ୍ୟକ। ମୁଣ୍ଡ ର ମାସାଚ୍ କରିବାକୁ ଚାରି ଚାମଚ୍ ନଡ଼ିଆ ରସ କୁ ନେଇ ଗରମ୍ କରିବା ପରେ ଏଥିରେ ଏକ ଚାମଚ୍ ମହୁ, ଏକ ଚାମଚ୍ castor oil ନେଇ ଏହାକୁ ମୁଣ୍ଡରେ ଦଶ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ମସଚ୍ କରିବା ଆବଶ୍ୟକ। Caster oil ବଦଳ ରେ olive oil ର ମଧ୍ୟ ବ୍ୟବହାର କରାଯାଇ ପାରିବ। ମାସଚ କରିବା ପରେ ମୁଣ୍ଡ କୁ ଗୋଟିଏ ଟାଉଲ୍ ରେ ଏକ ଘଣ୍ଟା ପର୍ଯ୍ୟନ୍ତ ବାନ୍ଧି କୁ ରଖିବା ପରେ ଶାମ୍ଫ ରେ ମୁଣ୍ଡ କୁ ଧୋଇ ଦେବା ଆବଶ୍ୟକ।।ଏହି ମସାଚ କେଶ ପାଇ ବହୁତ୍ ଆବଶ୍ୟକ।

3. ଗୋଟିଏ ଚାମଚ୍ ଲେମ୍ବୁ ମଞ୍ଜି ଓ ଗୋଟିଏ ଚାମଚ୍ କଳା ଜିରା ନେଇ ଏକ ପେଷ୍ଟ୍ ବନାଇବା ପରେ ଏହି ପେଷ୍ଟ କୁ ଝଡି ଯାଇଥିବା ଜାଗାରେ ଲଗେଇବା ଦ୍ବାରା ଝଡି ଯାଇଥିବା କେଶ ପୁଣି ଥରେ ଉଠି ଥାଏ।

4. କିଛି ଘିକୁଆଁରି ରେ ଦୁଇ ଚାମଚ୍ sesame oil

ମିଶାଇବା ପରେ ଗାଧୋଇବା ର ଦୁଇ ଘଣ୍ଟା ପୂର୍ବରୁ ଲଗାଇ ଥଣ୍ଡା ପାଣି ଓ ବେବୀ ସମ୍ଫୋ ରେ କେଶ ଧୋଇବା ଦ୍ୱାରା କେଶ ବହୁତ୍ ନରମ ହୋଇଥାଏ।

Leave a Reply

Your email address will not be published. Required fields are marked *