ମେକ ଇନ ଓଡିଶା କନକ୍ଲେଭରେ ଶିଳ୍ପପତି ମାନଙ୍କର ବଡ ଘୋଷଣା I ଜିନ୍ଦଲ : ୧ ଲକ୍ଷ କୋଟି ଟଙ୍କା ମୁକେଶ ଅମ୍ବାନୀ:3ହଜାର କୋଟି ଆଦିତ୍ୟ ବିର୍ଲା :୧୪ ହଜାର ୪ଶହ କୋଟି

ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବା ଏବଂ ବେକାରୀ ସମସ୍ୟା ଦୂର କରିବା ପାଇଁ ଶିଳ୍ପପତି ମାନଙ୍କୁ ଆକର୍ଷିତ କରିବାକୁ ଆରମ୍ଭ ହେଇଥିବା ଜନତା ମୈଦାନ ରେ ଶିଳ୍ପ ମହାକୁମ୍ଭ ମେକ ଇନ ଓଡିଶାର ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ ଦେଶର ବହୁ ଶିଳ୍ପପତି ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା I ତନ୍ମଧ୍ୟରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଅଧ୍ୟକ୍ଷ ମୁକେଶ ଅମ୍ବାନୀ,ବେଦାନ୍ତ ରିସୋର୍ଟସର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ,ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲ,ଆଦିତ୍ୟ ବିର୍ଲା ଗ୍ରୁପ ଅଧ୍ୟକ୍ଷ କୁମାର ମଙ୍ଗଲମ ବିର୍ଲା ,ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ,ଙ୍କ ସମେତ ବହୁ ପ୍ରମୁଖ ଶିଳ୍ପପତି ଯୋଗ ଦେଇଥିଲେ

Iନବୀନ ଜିନ୍ଦଲ ଓଡିଶାରେ ୨୦୩୦ ସୁଦ୍ଧା ପାଖାପାଖି ୧ ଲକ୍ଷ କୋଟି ଟଙ୍କା ପୁଜିଂ ନିବେଶ କରିବେ ବୋଲି ଘୋଷଣା କରିଥିବା ବେଳେ ମୁକେଶ ଅମ୍ବାନୀ, ୩ ହଜାର କୋଟି, କୁମାର ମଙ୍ଗଳମ ବିର୍ଲାଙ୍କ ଆଦିତ୍ୟ ବିର୍ଲା ତରଫରୁ ୧୪ ହଜାର ୪ ଶହ କୋଟି ର ପୁଜିଂ ନିବେଶ କରିବା ପାଇଁ ଘୋଷଣା କରିଛନ୍ତି I

Leave a Reply

Your email address will not be published. Required fields are marked *