ଅପରାଜିତା ଙ୍କ ଭିଆର ଏସ ଆବେଦନ କୁ ମିଳିଲା ସରକାରୀ ମଞ୍ଜୁରୀ

୧୯୯୪ ବ୍ୟାଚର୍ ଓଡ଼ିଶା କ୍ୟାଡ଼ର ଆଇଏସ୍ ଅଧିକାରୀ ଅପରାଜିତା ଷଡ଼ଙ୍ଗୀଙ୍କ ଭିଆର୍ ଏସ ଆବେଦେନ କୁ ଓଡ଼ିଶା ସରକାର ସବୁଜ ସଙ୍କେତ ଦେଇଛନ୍ତି।ତାଙ୍କ ଭିଆର୍ ଏସ ଆବେଦନକୁ ମଞ୍ଜୁର କରିବାକୁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ତରଫରୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯାଇଛି।

ଭିଆର୍ ଏସ ନେବାପରେ ସେ ରାଜନୀତିରେ ପ୍ରବେଶ କରିପାରନ୍ତି ଓ ୨୦୧୯ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଶ୍ରୀମତୀ ଷଡ଼ଙ୍ଗୀଙ୍କ ବିରୋଧରେ କୌଣସି ବକେଇଆ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନ ଥିବାରୁ ତାଙ୍କ ଭିଆର୍ ଏସ ଆବେଦନକୁ ଗ୍ରହଣ କରାଯାଇପାରେ।
ଗତ ସେପ୍ଟେମ୍ବର ମାସରେ ଅପରାଜିତା ଷଡ଼ଙ୍ଗୀ ସ୍ଵେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରିଥିଲେ।କେନ୍ଦ୍ରୀୟ ଡେପୁଟେସନ ଶେଷ ହେବା ପରେ ସେ ଗତ ଅକ୍ଟୋବର ମାସରେ ଓଡ଼ିଶା ଫେରିବାର ଥିଲା।ରାଜ୍ୟରେ ଜଣେ ଦକ୍ଷ ଆଇଏସ୍ ଅଫିସର ଭାବରେ ସେ ବେଶ୍ ଜଣାଶୁଣା।ଗତ ୨୦୧୩ ରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ।ସେତେବେଳେ ସେ ରାଜ୍ୟ ବୟାନ ଶିଳ୍ପର ସଚିବ ଥିଲେ।

Leave a Reply

Your email address will not be published. Required fields are marked *