୨୦୧୯ ମସିହା ରେ କିପରି କଟିବ ସିଂହ, ତୁଳା, ବିଛା, ଓ କନ୍ୟା ରାଶି ର ବ୍ୟକ୍ତି ଙ୍କ ଜୀବନ

୧ . ସିଂହ –

ଏହି ବର୍ଷ ଆରମ୍ଭ ରୁ ବୃହସ୍ପତି ଚତୁର୍ଥ ରେ ଓ ଶନି ପଞ୍ଚମ ରେ ଥିବାରୁ ଏହି ରାଶି ର ବ୍ୟକ୍ତି ଙ୍କ ପାଇଁ ଶୁଭ ଓ ଅଶୁଭ ଫଳ ପ୍ରାପ୍ତ ହେବ। ନାନା ସମସ୍ୟା ସତ୍ତ୍ଵେ ବିଳମ୍ବ ରେ କାର୍ଯ୍ୟ ସିଦ୍ଧି, ଆସନ୍ତି, ମନାନ୍ତର, ମତାନ୍ତର, ଶୁଭ କାର୍ଯ୍ୟରେ ବାଧା, ଚାକିରି କ୍ଷେତ୍ର ରେ ସ୍ଥାନାନ୍ତରିତ ଯୋଗ, ବ୍ୟବସାୟ ରେ କ୍ଷତି, ଶାରୀରିକ ପୀଡ଼ା, ଆଦି ଅଶୁଭ ଫଳ ଭୋଗ କରିବେ। ଉତ୍ତମ ପାରିବାରିକ ସୌଖ୍ୟ ଲାଭ କଲେ ମଧ୍ୟ ସନ୍ତାନ ଚିନ୍ତା ଲାଗି ରହିବ। ବିଦ୍ୟାର୍ଥୀ ମାନଙ୍କର ବିଦ୍ୟା କ୍ଷେତ୍ର ରେ ଅଦ୍ଧୋଗତି ଦେଖାଦେବ। ସେମାନେ ସିଦ୍ଧିବିନୟକ ମନ୍ତ୍ର ଜପ କଲେ ସୁଫଳ ପାଇବେ। ମହିଳାମାନେ ସନ୍ତାନ ନିମନ୍ତେ ଚିନ୍ତିତ ରହିବେ। ଏହି ରାଶିର ଲୋକଙ୍କ ପାଇ ଶୁଭ ବର ସୋମବାର ଓ ବୁଧବାର। ସତର୍କ ବାର ଶନିବାର। ଶୁଭ ତିଥି ସପ୍ତମୀ ଓ ଅଶୁଭ ତିଥି ତୃତୀୟା ଓ ଅଷ୍ଟମୀ ତ୍ରୟୋଦଶୀ। ଏହାର ପ୍ରତିକାର ସ୍ୱରୂପ ପ୍ରତେହ ସନିଚଳିସା ପାଠ କରିବା ଆବଶ୍ୟକ।

୨. କନ୍ୟା –

ଏହି ବର୍ଷ ଆରମ୍ଭ ରୁ ବୃହସ୍ପତି ତୃତୀୟ ରେ ଓ ଶନି ଚତୁର୍ଥ ରେ ରହିଥିବାରୁ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏହି ବର୍ଷ ଟି ନାନା ପ୍ରକାର ସମସ୍ୟା ଦେଇ ଗତି କରିବ। ଚତୁର୍ଥ ଶନି ହାନିକାରକ ଅଟନ୍ତି। ପାରିବାରିକ ଅଶାନ୍ତି, ଆସୋନ୍ତୋଷ, କର୍ମ କ୍ଷେତ୍ରରେ ଅସଫଳତା, ନିଜ ଲୋକଙ୍କ ସହ ଭୂଲ୍ ବୁଝବଣା, ଶାରୀରିକ ଅସୁସ୍ଥତା ଦେଖାଦେଲେ ମଧ୍ୟ ବେଳେବେଳେ ସାମୟିକ ଶୁଭ ମଧ୍ୟ ମିଳିଥାଏ। ଆୟ ଭଲ ରହିଲେ ମଧ୍ୟ ବ୍ୟୟ ର ଚାପ ବୃଦ୍ଧି ପାଇବ। ବ୍ୟବସାୟ ରେ ଭାବିଚିନ୍ତି ଅର୍ଥ ବିନିଯୋଗ କରିବେ। ବିଦ୍ୟାର୍ଥିମାନେ ଯତ୍ନ ସହକାରେ ପାଠ ନ ପଢି ଆଶାନୁରୂପକ ଫଳ ପାଇବେ ନାହି। ଶୁଭ ବାର ହେଉଛି ରବିବାର, ସୋମବାର ଓ ମଙ୍ଗଳବାର। ସତର୍କବାର ଗୁରୁବାର ଓ ଶନିବାର। ଶୁଭ ତିଥି ଦ୍ଵିତୀୟ, ଅଷ୍ଟମୀ। ଅଶୁଭ ତିଥି ପଞ୍ଚମୀ, ସପ୍ତମୀ ଓ ଅମାବାସ୍ୟା। ଶୁଭ ଫଳ ପାଇଁ ପ୍ରତିକାର ସ୍ବରୂପ ପ୍ରତେହଃ ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରନ୍ତୁ ଓ ନାଲି କପଡା ରେ ଖଣ୍ଡ ହଳଦୀ ରଖନ୍ତୁ।

୩. ତୁଳା –

ଏବର୍ଷ ଆରମ୍ଭ ରୁ ବୃହସ୍ପତି ଦ୍ଵିତୀୟ ରେ ଓ ଶନି ତୃତୀୟ ରେ ରହିଥିବାରୁ ଏହି ରାଶିରେ ଏହିବର୍ଷ ଅଧିକ ଶୁଭ ଫଳ ପାଇବେ। ନୂତନ କାର୍ଯ୍ୟରେ ସଫଳତା ପାଇବା ସହ ଭାଗ୍ୟ ମଧ୍ୟ ସାଥ ଦବ ଓ ଧନ ମଧ୍ୟ ବୃଦ୍ଧି ଘଟିବ। ସମ୍ମାନ ପ୍ରାପ୍ତି, ଦ୍ରବ୍ୟ ପ୍ରାପ୍ତି, ସହ ଅଚାନକ ଧନ ପ୍ରାପ୍ତି ସହ ବ୍ୟବସାୟ ରେ ଆଶାନୁରୂପକ ଲାଭ ଓ ଗୃହ ରେ ନୂତନ କାର୍ଯ୍ୟ ସମ୍ପାଦନା, ନୂତନ ଯାନବାହାନ କ୍ରୟ ମଧ୍ୟ କରି ପାରିବେ। ବିଦ୍ୟାର୍ଥୀ ମାନେ ପରିଶ୍ରମ କଲେ ସଫଳତା ହାସଲ କରିବେ। ଶୁଭ ବାର – ବୁଧବାର, ଶୁକ୍ରବାର ଓ ସତର୍କ ବାର ମଙ୍ଗଳବାର। ଶୁଭ ତିଥି ଦ୍ଵିତୀୟ ଓ ଚତୁର୍ଥୀ, ଅଶୁଭ ତିଥି ନବମୀ ଓ ଚତୁର୍ଦ୍ଦଶୀ। ବର୍ଷ ସାରା ସୁଭତ୍ଵ ବଜାୟ ରଖିବାକୁ ପ୍ରତି ଗୁରୁବାର ମନ୍ଦିର ରେ ପୂଜା କରନ୍ତୁ।

୪. ବିଛା –

ଏହି ବର୍ଷ ଆରମ୍ଭ ରେ ବୃହସ୍ପତି ଜନ୍ମ ରେ ଓ ଶନି ଦ୍ଵିତୀୟ ରେ ଥିବାରୁ ଏ ରାଶିର ବ୍ୟକ୍ତି ଙ୍କ ପାଇଁ ଏ ବର୍ଷ ଟି ଅନେକ ଉତ୍ଥାନ ପତନ ଦେଇ ଗତି କରିବ। ଦ୍ଵିତୀୟ ଶନି ଆର୍ଥିକ ଅବସ୍ଥା ଦୁର୍ବଳ କରିବ। ନିଜ ଲୋକଙ୍କ ସହ ମତାନ୍ତର ମନାନ୍ତର ସହ ଶାରୀରିକ ଅସୁସ୍ତ ତା ଦେଖା ଯିବ। କର୍ମ କ୍ଷେତ୍ର ରେ ଅଶାନ୍ତି, ବ୍ୟବସାୟ ରେ ଅସଫଳତା ଦେଖାଯିବ। ଶୁଭ ବାର – ସୋମବାର, ଗୁରୁବାର ଓ ସତର୍କ ବାର ଶୁକ୍ରବାର। ଶୁଭ ତିଥି ପଞ୍ଚମୀ ଓ ସପ୍ତମୀ। ଅଶୁଭ ତିଥି ଷଷ୍ଠୀ ଓ ଏକାଦଶୀ। ସୁଭଫଳ ପ୍ରାପ୍ତି ପାଇଁ ପ୍ରତି ସୋମବାର ଓ ସଂକ୍ରାନ୍ତି ରେ ଶିବମନ୍ଦିର ରେ ପୂଜା କରନ୍ତୁ ଓ ଶିବ ଦର୍ଶନ କରନ୍ତୁ। ତା ସହିତ ପ୍ରତି ଗୁରୁବାର ଦିନ ଗାଈ କୁ କିଛି ଖାଇବାକୁ ଦେଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ

Leave a Reply

Your email address will not be published. Required fields are marked *