ପୁଣି ଧରାପଡିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ମିଛ ବିଜ୍ଞାପନ, ପର୍ଦାଫାଶ କଲେ ବ୍ରଜରାଜ ନଗର ବିଧାୟିକା ରାଧାରାଣୀ

ଗତ ଦୁଇଦିନ ତଳେ ଜଣେ ଯୁବକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନାମରେ ତାଙ୍କ ନାମ ନେଇ ମିଥ୍ୟା ବିଜ୍ଞାପନ ପ୍ରଚାର କରାଯାଉଥିବା ଅଭିଯୋଗ କରିବା ସହିତ ସେ କୌଣସି ସୁବିଧା ପାଇନଥିବା କହିଥିବା ବେଳେ ପୁଣି ସାମ୍ନା କୁ ଆସିଛି ଆଉ ଏକ ମିଥ୍ୟା ପ୍ରଚାର ର ବିଜ୍ଞାପନ I ଘଟଣାଟି ଝାରସୁଗୁଡା ଅଞ୍ଚଳ ର I

ବ୍ରଜରାଜ ନଗର ବିଧାୟିକା ରାଧାରାଣୀ ପଣ୍ଡା ଏହାର ଗୁମର ଖୋଲିଛନ୍ତି I ପ୍ରାପ୍ତ ସୂଚନା ଅନୁଯାଇ ଡିସେମ୍ବର ତିନି ତାରିଖ ଦିନ ଓଡ଼ିଶାର ଏକ ସମ୍ବାଦପତ୍ର ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ବିଜ୍ଞାପନ ବାହାରିଥିଲା ଯେଉଁଥିରେ କି ଜଣେ ମହିଳା ଙ୍କ ଫଟ ରହିଥିଲା ଏବଂ ଏହି ସୁବିଧା ପାଇଁ ସେ ଖୁଶିରେ ଧନ୍ୟବାଦ ଦେଇଥିବା ଲେଖାଯାଇଥିଲା I ବାସ୍ତବରେ କିନ୍ତୁ ଘଟଣା ଅଲଗା I ମହିଳା ଙ୍କ ନାମ ରେଖା ଜଗତ,ତାଙ୍କ ସ୍ୱାମୀଙ୍କ ପର୍ଶୁରାମ ଜଗତ ଗୁରୁତର ଭାବେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ 29 ନମ୍ବର ପଡିରହିଛନ୍ତି I

କୌଣସି ସରକାରୀ ସହାୟତା ମିଳିନଥିବା ବେଳେ ସରକାରୀ ବାବୁ ମାନେ ତାଙ୍କ ଫଟ ଉଠାଇ ଏହି ଯୋଜନାର ସୁଫଳ ପାଇଥିବା ନେଇ ବଡ ବଡ ବିଜ୍ଞାପନ ଛାପିଛନ୍ତି I ଏହାକୁ ବିଧାୟିକା ନିନ୍ଦା କରିବା ସହିତ ତୁରନ୍ତ ତାଙ୍କୁ ସମସ୍ତ ସାହାଯ୍ୟ ଯୋଗାଇଦେବାକୁ ଅନୁରୋଧ କରିଛନ୍ତି I

Leave a Reply

Your email address will not be published. Required fields are marked *