ଘୋର କଳିକାଳ ,କେନ୍ଦ୍ରାପଡା ରେ ମନ୍ଦିର ଭିତରେ ଶିବ ଲିଙ୍ଗ ଙ୍କୁ ପୋଡିଦେଲେ ,ଲକ୍ଷାଧିକ ଟଙ୍କା ଲୁଟିନେଲେ

ବିଶ୍ୱାସ ରହିଛି ସେ ରାଗିଗଲେ ପ୍ରଳୟ ହୁଏ ,ଯେବେ ସେ ତାଣ୍ଡବ ନୃତ୍ୟ କରେ ସାରା ମେଦିନୀ ଥରି ଉଠେ ,କୋପେ ବର ନହେଲେ ତପେ ବର ସେ ବାବା ଭୋଳାଶଙ୍କର I ଶିବ ଙ୍କୁ ମଣିଷ ଯେତିକି ଭରଷା ବିଶ୍ୱାସ କରେ ସେତିକି ଭୟ ମଧ୍ୟ କରେ I କିନ୍ତୁ ଆଜିର ମଣିଷ ର ନା ଅଛି ଭୟ ନା ଡର ଖୁଲମଖୁଲା ନିର୍ଭୟ ରେ ଘୁରିବୁଲୁଛି I ଠାକୁର ଦେବତା ଙ୍କ ପ୍ରତି ଟିକେ ବି ଭୟ ନାହିଁ I ଏମିତି ଏକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାରେ Iପ୍ରାପ୍ତ ସୂଚନା ଅନୁଯାଇ ରାଜନଗର ପଞ୍ଚାୟତ ଅନ୍ତର୍ଗତ ସରକାର ପଡାରେ ଏକ ଶିବ ମନ୍ଦିର ରେ ଦୁର୍ବୁର୍ତ୍ତ ମାନେ ରାତି ଅଧରେ ଲକ୍ଷାଧିକ ଟଙ୍କାର ସମ୍ପତି ହଡପ କରିଛନ୍ତି I

ଠାକୁର ଙ୍କ ସୁନା ରୂପI ଅଳଙ୍କାର ସବୁ ଚୋରି କରି ନେଇଛନ୍ତି I କେବଳ ଏତିକି ନୁହେଁ ମନ୍ଦିର ଭିତରେ ପୂଜା ପାଉଥିବା ଶିବ ଲିଙ୍ଗ ଉପରେ ,ସେଠାରେ ଥିବା ସମସ୍ତ ବ୍ୟବହାରପଯୋଗୀ ଜିନିଷ କୁ ଏକାଠି କରି ନିଆଁ ଲଗାଇଦେଇଥିଲେ I ସକାଳୁ ପୂଜକ ଦେଖି ଲୋକଙ୍କୁ ଜଣାଇବା ସହିତ ଲିଖିତ ଅଭିଯୋଗ କରିଛନ୍ତି I

Leave a Reply

Your email address will not be published. Required fields are marked *