ଅଭିଜିତ ଆୟାର ଙ୍କ ଦିବ୍ୟଜ୍ଞାନ ଖୋଲିଦେଲା ଓଡିଶା ,ଜେଲ୍ ରୁ ମୁକୁଳି ଏପରି ଟ୍ୱିଟ କଲେ

ସବୁବେଳେ ଅନ୍ୟକୁ ଥଟା ମଜା କରି ଟ୍ୱିଟ କରୁଥିବା ଅଭିଜିତ ଓଡିଶା ସଂସ୍କୃତି କୋଣାର୍କ ମନ୍ଦିର ବାବଦରେ ଅରୁଚିକର ମନ୍ତବ୍ୟ ଦେବା ପରେ ଏହାକୁ ନେଇ ହୋ ହାଲ୍ଲା ହେବା ପରେ ,ବିଧାନସଭା ରେ ମଧ୍ୟ ଏହି ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା , ପୁଣିଥରେ ଏକ ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେଇ ଅଭିଜିତ କହିଥିଲେ ଓଡିଶା ବିଧାୟକ ମାନେ ବୁଧୁ ଅଟନ୍ତି I ତାଙ୍କ ଜୋକ କୁ ବୁଝିପାରୁନାହାନ୍ତି , ଏହାପରେ ତାତିଉଠିଥିଲେ ବିଧାୟକ ସମେତ ଓଡ଼ିଶାବାସୀ I ବିଧାନସଭା ରୁ ତାଙ୍କୁ ନୋଟିସ ପଠାଯାଇଥିଲା ହାଜର ହେବାପାଇଁ ଏବଂ ହାଜର ହେବାପରେ ଗିରଫ କରାଯାଇଥିଲା I ନିସର୍ତ୍ତ କ୍ଷମା ମାଗିବା ପରେ ସରକାର ତାଙ୍କୁ କ୍ଷମା କରିଦେଇଥିଲେ ,ଦୀର୍ଘ 43ଦିନ ପରେ ଜେଲ୍ ରୁ ମୁକୁଳିଛନ୍ତି ଅଭିଜିତ ଏବଂ ବୋଧହୁଏ ତାଙ୍କର ଦିବ୍ୟଜ୍ଞାନ ଉଦୟ ହେଇଯାଇଛି I ଏବଂ କୌଣସି ଜାତି ସଂସ୍କୃତି ବିଷୟରେ ଥଟା ମଜା କରିବା ର ପରିଣତି ସେ ବୁଝି ପାରିଛନ୍ତି I

ଏବଂ ଆଜି ଟ୍ୱିଟ କରି କହିଛନ୍ତି କି ସେ ଯେତେବେଳେ 10ଶ୍ରେଣୀରେ ପଢୁଥିଲେ ତାଙ୍କ ଇଂରାଜୀ ଶିକ୍ଷକ ମିସ ପ୍ରେମା ରଘୁନାଥ କହିଥିଲେ କି ତୁମ ଥଟା ମଜା ତୁମ ଗମ୍ଭୀର ମତାମତ ଠାରୁ ବହୁ ବିପଦ ଅଟେ I ଶେଷରେ ଆଜି ମୁଁ ବୁଝିପାରିଲି କଣ ସେ ସେଦିନ କହିବାକୁ ଚାଁହୁଥିଲେ I

Leave a Reply

Your email address will not be published. Required fields are marked *