ବହୁତ୍ କମ୍ ଲୋକ ଜାଣିଥିବେ ଯେ କିପରି ହୋଇଥିଲା ଭଗବାନ୍ ଶନିଦେବ ଙ୍କ ଜନ୍ମ। ପୁରାଣ ଏବଂ ଶାସ୍ତ୍ର ଅନୁସାରେ କଶ୍ୟପ ମୁନିଙ୍କର କଠୋର ତପସ୍ୟା ଯୋଗୁ ଜେଷ୍ଠ ମାସ ଅମାବାସ୍ୟା ତିଥିରେ ଶନିଙ୍କ ଜନ୍ମ ହୋଇଥିଲା।ଶନିଙ୍କ ମାତା ଭଗବାନ୍ ଶଙ୍କରଙ୍କର କଠୋର ତପସ୍ୟା କଲେ।
ଅତିଶୟ ଗରମ୍ ଏବଂ ଖରା ଯୋଗୁ ମାତାଙ୍କ ଗର୍ଭ ସ୍ଥିତ ଶନିଙ୍କ ରଙ୍ଗ କଳା ହୋଇଗଲା କିନ୍ତୁ ଏହି ତପସ୍ୟା ଶନିଙ୍କୁ ଅପାର ଶକ୍ତିର ଅଧିକାରୀ କରିଦେଲା।ଥରେ ସୂର୍ଯ୍ୟଦେବତା ତାଙ୍କ ପତ୍ନୀ ଛାୟାଙ୍କୁ ଦେଖାକରିବାକୁ ଆସିଥିଲେ।ସେତେବେଳେ ତାଙ୍କର ତେଜ ପ୍ରତାପ ଯୋଗୁ ଶନି ତାଙ୍କ ଆଖି ବନ୍ଦ କରିଦେଲେ। ସୂର୍ଯ୍ୟଦେବ ତାଙ୍କ ଦିବ୍ୟ ଦୃଷ୍ଟିରେ ଶନିଙ୍କ ଦେଖିଲେ।ଏବଂ ଭାବିଲେ କି ତାଙ୍କ ପୁତ୍ର କଳା ଅଟେ ଯାହା ଅସମ୍ଭବ। ସୂର୍ଯ୍ୟଦେବ ତାଙ୍କ ସନ୍ଦେହ ଦେବୀ ଛାୟାଙ୍କୁ କହିଥିଲେ।ଏହି କାରଣରୁ ଶନିଙ୍କ ମନରେ ତାଙ୍କ ପିତା ପ୍ରତି ବିରକ୍ତି ଭାବ ଆସିଲା।
ସୂର୍ଯ୍ୟଦେବ ତାଙ୍କୁ କେବେ ତାଙ୍କର ପୁତ୍ର ବୋଲି ଦେଖୁ ନ ଥିଲେ ଏବଂ ଶନିଦେବ ମଧ୍ୟ ତାଙ୍କୁ ଏତେ ପସନ୍ଦ କରୁ ନ ଥିଲେ।ଏଥିପାଇଁ ସେ ଥରେ ଶିବଙ୍କ ପାଖରେ ତପସ୍ୟା କଲେ।ଯେତେବେଳେ ଭଗବାନ୍ ଶିବ ତାଙ୍କୁ ବର ମାଗିବାକୁ କହିଲେ ଶନି କହିଲେ ଯେ ମୋ ମା ସୂର୍ଯ୍ୟଦେବଙ୍କ ଦ୍ବାରା ପ୍ରଭାବିତ ହେଉଛନ୍ତି।ତେଣୁ ଆପଣ ମୋତେ ସୂର୍ଯ୍ୟଙ୍କ ଠାରୁ ଅଧିକ ଶକ୍ତିଶାଳୀ ଏବଂ ତେଜ କରିଦିଅନ୍ତୁ।ତେଣୁ ଭଗବାନ୍ ଶିବ କହିଲେ କି ତୁମେ ନବଗ୍ରହ ମାନଙ୍କ ମଧ୍ୟରୁ ସବୁଠାରୁ ଶ୍ରେଷ୍ଠ ହେବ।ସର୍ବୋଚ୍ଚ ନ୍ୟାୟଧିଷ ହେବ।ଦେବତା,ମାନବ,ଅସୁର,ଗନ୍ଧର୍ବ ସମସ୍ତେ ତୁମ ନାମ ଶୁଣିଲେ ଭୟଭୀତ ହେବେ।