ବିଜେପି ର ପରାଜୟ ନେଇ ଏପରି କହିଲେ ଅପରାଜିତା ,ଏହା ପରାଜୟ ନୁହେଁ

ବିଜେପି ର ପରାଜୟ ନେଇ ଏପରି କହିଲେ ଅପରାଜିତା
5ଟି ରାଜ୍ୟର ଫଳାଫଳ ଘୋଷଣା ସରିଛି I ଛତିଶଗଡ଼,ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ରେ କଂଗ୍ରେସ ବିଜେପି କୁ ଧରାଶାୟୀ କରି ନିଜର ଦଗଦମା ଦେଖାଇସାରିଛି I ତେବେ ବିଜେପି ର ଏଠାରୁ ପତ୍ତନଆରମ୍ଭ ହେଲା ବୋଲି ବିରୋଧୀ କହୁଥିବା ବେଳେ ବିଜେପି ମଧ୍ୟ ପରାଜୟ କୁ ସ୍ୱୀକାର କରି ପୁଣି ଆଗକୁ ବଢିବାକୁ ଲକ୍ଷ ରଖିଛି I ତେବେ ଏହାର ପ୍ରଭାବ ସିଧାସଳଖ ଓଡିଶା ରାଜନୀତି ରେ ମଧ୍ୟ ପଡିପାରେ ବୋଲି ଆକଳନ କରାଯାଉଛି I ଏବେ ଏବେ ପ୍ରଶାସନିକ ସେବା ଛାଡି ଲୋକପ୍ରିୟ ପ୍ରଶାସିକା ଅପରାଜିତା ଷଡ଼ଙ୍ଗୀ ବିଜେପି ରେ ମିଶିଛନ୍ତି I

ବିଜେପି ର ପରାଜୟ କୁ ନେଇ ଅପରାଜିତା ଏକ ଘରୋଇ ଚାନେଲ ର ପ୍ରଶ୍ନ ରେ କହିଛନ୍ତି କି ଏହା ପରାଜୟ ନୁହେଁ କୌଣସି ଏକ ଦଳ ସାଶନ ରେ ବହୁତ ଦିନ ଯାଏଁ ରହିବା ଉଚିତ ନୁହେଁ I ପରିବର୍ତନ ଆବଶ୍ୟକ I ଏଥିରୁ ଯାହା ଜଣାପଡୁଛି ଲୋକମାନେ ପରିବର୍ତନ ଚାଁହୁଛନ୍ତି ଏବଂ ଆଗାମୀ ନିର୍ବାଚନ ରେ ଓଡ଼ିଶାରେ ପରିବର୍ତନ ଆସିବ I

Leave a Reply

Your email address will not be published. Required fields are marked *