2019ରେ ଓଡ଼ିଶାରେ କଂଗ୍ରେସ ଆସିଲେ ସବୁ କୃଷି ଋଣ ଛାଡ଼ କରାଯିବା କୁ ନିରଞ୍ଜନ ଙ୍କ ପ୍ରତିଶୃତି

ନିକଟରେ ପ୍ରକାଶିତ 5ଟି ରାଜ୍ୟର ନିର୍ବାଚନ ଫଳାଫଳ ରୁ ଛତିଶଗଡ଼,ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ରେ କଂଗ୍ରେସ ବହୁ ସମର୍ଥନ ରେ ପ୍ରତିଦ୍ବନ୍ଦୀ ବିଜେପି କୁ ପରାଜିତ କରିବା ପରେ କଂଗ୍ରେସ କର୍ମୀ ଙ୍କ ମଧ୍ୟରେ ଖୁଶି ର ଲହରୀ ଖେଳିଯାଇଛି I ଏଥିରୁ ବାଦ ପଡିନି ଓଡିଶା କଂଗ୍ରେସ Iକଂଗ୍ରେସ ର ବିଜୟ ରେ ପିସିସିି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜର ଖୁସି ବ୍ୟକ୍ତ କରିବା ସହିତ ଆଗାମୀ 2019 ର କଂଗ୍ରେସ ଓଡ଼ିଶାରେ ଆସିଲେ ଚାଷୀ ମାନେ ଯେତେ ବି ଋଣ କରିଛନ୍ତି ସବୁ ଋଣ କୁ ଛାଡ଼ କରିବାକୁ ନିର୍ଭର ପ୍ରତିଶୃତି ଦେଇଛନ୍ତି I

କେବଳ ଏତିକି ନୁହେଁ ବାର୍ଦ୍ଧକ୍ୟ ଭତ୍ତା ଯାହାକି ଏବେ ୩୦୦ ଦିଆଯାଉଛି ତାକୁ ବୃଦ୍ଧି କରାଯାଇ ୧ ହଜାର ଟଙ୍କା ଦିଆଯିବ I ଓଡ଼ିଶାରେ ଏବେ ଏକ ପରିବର୍ତନ ଆବଶ୍ୟକ ସେଥିପାଇଁ ସମସ୍ତେ ମିଳିମିଶି କଂଗ୍ରେସ କୁ ଜିତାଇବIକୁ ନିରଞ୍ଜନ ଆହ୍ୱାନ ଦେଇଛନ୍ତି I

ଗତକାଲି ମଧ୍ୟ ବଳିଷ୍ଠ ସୁର ରାଉତରାୟ ପ୍ରତିକ୍ରିୟା ରଖି କହିଥିଲେ ଯେ 2019 ରେ କଂଗ୍ରେସ ଓଡ଼ିଶାରେ ଆସିବ ଏବଂ ହାତ ର ଲହରୀ ରେ ବିଜେଡି ର ନବୀନ ଏବଂ ମୋଦି ଧରାଶାୟୀ ହେବେ I ତେବେ ଦେଖିବାର ଅଛି ଆଗାମୀ ନିର୍ବାଚନ ରେ ଓଡିଶା କଂଗ୍ରେସ ଏହି ବିଜୟ ର କେତେ ଫାଇଦା ପାଇପାରୁଛି ନା ପୁଣି ଦଳରେ ନିଜର ଗୋଷ୍ଠୀ କନ୍ଦଳ ଲାଗି ରହୁଛି I

Leave a Reply

Your email address will not be published. Required fields are marked *