ପୁରୀ ରେ ବାର୍ଡ ଫ୍ଲୁ : ବିକ୍ରି ହେବନି କୁକୁଡା ମାଂସ ଏବଂ ଅଣ୍ଡା :ଆରମ୍ଭ ହେଇଚି କୁକୁଡ଼ା ମରା ଅଭିଯାନ

ପୁରୀ ବ୍ରହ୍ମଗିରି ଅଞ୍ଚଳ କିଛିଦିନ ଧରି କାଉ ଏବଂ ବିଦେଶୀ ପକ୍ଷୀ ବହୁ ପରିମାଣରେ ମରି ପଡୁଥିଲେ I ବିଶେଷ କରି ବ୍ରହ୍ମଗିରି ଅଞ୍ଚଳ କୃଷ୍ଣପ୍ରସାଦ ଅଞ୍ଚଳରେ କିଛି କୁକୁଡ଼ା ଚାଷୀ ଙ୍କର ବହୁ ସଂଖ୍ୟାରେ କୁକୁଡ଼ା ଏକାଥରେ ମରିଯାଇଥିଲେ I ସଙ୍ଗେ ସଙ୍ଗେ ପ୍ରାଣୀ ଚିକିତ୍ସକ ମୃତ କାଉ ଏବଂ କୁକୁଡ଼ା ର ସାମ୍ପଲ ପରୀକ୍ଷା ପାଇଁ ପଠାଇଥିଲେ I ତେବେ ପରୀକ୍ଷା ହେବା ପରେ ଜଣାପଡିଛି କି ଏହା ବାର୍ଡ଼ ଫ୍ଲୁ ପାଇଁ ହେଇଚି I ଖୁବ ଶୀଘ୍ର ଏହା ବ୍ୟାପିବାକୁ ଦିଆନଯାଇ ସେ ଅଞ୍ଚଳ ର ସମସ୍ତ କୁକୁଡ଼ା କୁ ମାରିବା ପାଇଁ ପ୍ରସାଶନ ଅଣ୍ଟା ଭିଡିଛି I

ଏପରିକି ସ୍କୁଲ ରେ କୁକୁଡ଼ା ଅଣ୍ଡା ଦିଆନଯିବାକୁ ମଧ୍ୟ କୁହାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳ ରେ କୁକୁଡ଼ା ମାଂସ ଏବଂ ଅଣ୍ଡା ର ବିକ୍ରୟ ଉପରେ ରୋକ ଲଗାଯାଇଛି I

Leave a Reply

Your email address will not be published. Required fields are marked *