ନୋଟ ରେ ରହିବ ଓଡ଼ିଆ ପୁଅର ଦସ୍ତଖତ, ଓଡ଼ିଆରେ ଦସ୍ତଖତ ଦେଖିବାକୁ ଓଡିଶା ବାସି ଆଶାବାଦୀ

“ଓଡ଼ିଆ “ବାସ୍ ଏତିକି ହିଁ ଶୁଣିଲେ କେଜାଣି କାହିଁକି ସବୁ ଓଡ଼ିଆ ମାନଙ୍କ ଭିତରେ ଅତ୍ମୀୟତା ଭରିଯାଏ I କିଏ କଣ କହୁ କିଛି ଫରକ ପଡ଼େନି ,ଓଡ଼ିଆ ଭାବରେ ପ୍ରତିଟି ବ୍ୟକ୍ତି ନିଜକୁ ଗର୍ବ କରେ କାହିଁକିନା ଏ ମାଟି ଚଣ୍ଡାଶୋକ ଅଶୋକ କୁ ଧର୍ମାଶୋକ ରେ ପରିଣତ କରିଛି ,ବିଦେଶୀ ମାନଙ୍କୁ ହଟାଇବାକୁ କେତେଯେ ଯେ ପାଇକ ପୁଅ ବଳିଦାନ ଦେଇଛି ଇତିହାସ ତାର ସାକ୍ଷୀ I 12ବରଷ ର ବାଳକ ବାଜି ରାଉତ ବି ଏଇଠି ନିଜ ମାଟି ପାଇଁ ଜୀବନ ଦେଇପାରେ I

ସେହି ଓଡ଼ିଆ ଭାବରେ କହିବାକୁ ସମସ୍ତଙ୍କୁ ଗର୍ବ ଲାଗେ ଯେଉଁଠି ବିଶ୍ୱର ନାଥ ଜଗନ୍ନାଥ ଏମାନଙ୍କ ଆମ ମାନଙ୍କ ସହିତ ରହିଥାନ୍ତି Iଯେତେବେଳେ ଓଡ଼ିଆ ଭାଷାରେ ବିଦେଶ ରେ ଦେଖିବାକୁ ମିଳେ ବା ଓଡ଼ିଆ ପୁଅ ବାହାରେ ଓଡି଼ଶାକୁ ପ୍ରତିନିଧିତ୍ବ କରେ ସେତେବେଳେ ଗର୍ବରେ ଛାତି କୁଣ୍ଢେମୋଟ ହେଇଯାଏ I ଏଇ ଯେମିତି ଓଡ଼ିଆ ପୁଅ ଶଶୀକାନ୍ତ ପ୍ରଥମ ଓଡ଼ିଆ ଭାବରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ର ଗଭର୍ଣ୍ଣର ହେବା ପରେ ସାରା ଓଡ଼ିଶାରେ ଖୁଶିର ମାହୋଲ ଖେଳିଯାଇଛି I

ଏଥର ଟଙ୍କା ରେ ଓଡ଼ିଆ ପୁଅର ଦସ୍ତଖତ ରହିବ ,ଟଙ୍କା ଦେଖିଲେ ଭାରି ଆପଣାର ଲାଗିବ ,ଅତ୍ମୀୟତା ର ବାସ୍ନା

ଆସିବ ସେ ଟଙ୍କାରୁ କାହିଁକିନା ସେ ଟଙ୍କାରେ ଓଡ଼ିଆ ପୁଅ ର ଦସ୍ତଖତ ରହିବ I

ଏହାକୁ ନେଇ ଏବେ ଓଡିଶା ବାସି ଖୁଶି ଥିବା ବେଳେ ଆଶା ରଖିଛନ୍ତି କି ଶଶୀକାନ୍ତ ଓଡ଼ିଆରେ ଦସ୍ତଖତ କରିବେ I

Leave a Reply

Your email address will not be published. Required fields are marked *