ଆନ୍ଧ୍ରରେ ପେଥାଇ ଝଡ଼ ବର୍ଷା ରେ ଆକାଶରୁ ପଡିଲା ମେଞ୍ଚା ମେଞ୍ଚା ମାଛ

ସୃଷ୍ଟି ହେଇଥିବା ଲଘୁଚାପ କ୍ରମଶଃ ଝଡପବନ ରେ ପରିଣତ ହେଇ ଆନ୍ଧ୍ରରେ ନିଜର ପତିଆରା ଦେଖାଉଥିବା ବେଳେ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଲାଗିରହିଛି I ଶୀତୁଆ ପାଗକୁ ଝିପିଝିପି ବର୍ଷା ଜାରି ରହିଛି I ଝଡ ର ନାମ ପେଥାଇ ରଖାଯାଇଥିଲା I ତେବେ ଏହି ପେଥାଇ ଝଡ଼ରେ ଏମିତି କିଛି ଚକିତକର ଘଟଣା ଘଟିଛି ଯାହାକି ସାରା ଭାରତବର୍ଷରେ ଏବେ ଚାଞ୍ଚଲ୍ୟକର ଖେଳାଇଦେଇଛି I ଏକ ଭିଡିଓ ମଧ୍ୟ ଜୋରଦାର ଭାଇରଲ ହେବାରେ ଲାଗିଛି I ଖବର ଅନୁଯାଇ ପେଥାଇ ଝଡ଼ବର୍ଷା ରେ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ପ୍ରବଳ ମାଛ ବର୍ଷା ହେଇଥିଲା

,କଣ ଆଜ୍ଞା କଥା ଟା ବିଶ୍ୱାସ ହେଉନି କି ,ଆକାଶରୁ ତ ବର୍ଷା ହୁଏ ମାଛ କଥା ଶୁଣି ବିଶ୍ୱାସ ଲାଗୁନି ଟି ?? କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ ଆକାଶ ରୁ ବର୍ଷା ସହିତ ବଡ\ବଡ ମାଛ ବରଷିବାରେ ଲାଗିଥିଲା I ଯେଉଁଥିପାଇଁ ଘଟଣାସ୍ଥଳରେ ପ୍ରବଳ ଭିଡ ଲାଗିଥିଲା ମାଛ ସଂଗ୍ରହ ପାଇଁ I

ଏହାର ଏକ ଭିଡିଓ ମଧ୍ୟ ଏବେ ବେଶ ଭାଇରଲ I ଘଟଣା ଟି ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର ଅମଲାପୁରମର I ଏହା ଗତକାଲି ଅପରIଣଃ 4ଘଟିକା ସମୟର I

Leave a Reply

Your email address will not be published. Required fields are marked *