ପିଠା :ବିଧାୟକ ବୁଲି ବୁଲି ପିଠା ଖାଇଲେ ଲୋକଙ୍କୁ ଖୁଆଇଲେ , ସାଧାରଣ ଜନତା ଙ୍କ କଥା କଣ କହିବା ??

ଲୋକଙ୍କ ଅଧିକାର ଏଥର ନିଜେ ଲୋକେ ଜାଣିବେ ,ସମସ୍ୟାର ସମାଧାନ ହେବ I ପ୍ରତି ମାସ 15 ରୁ 20 ତାରିଖ ଯାଏଁ ପ୍ରତି ପଂଚାୟତ ରେ ଶିବିର ଖୋଲାଯାଇ ଲୋକଙ୍କୁ ତାଙ୍କ ଅଧିକାର ,ସମସ୍ୟା ର ସମାଧାନ ପାଇଁ ଶୁଣାଣି କରାଯିବାକୁ ସରକାର ଆରମ୍ଭ କରିଛନ୍ତି ପିଠା ଯୋଜନା I ମାନେ ପିପୁଲ୍ସ ଏମ୍ପାଓ୍ୱାରମେଣ୍ଟ ଏନାବ୍ଲିଂ ଟ୍ରାନ୍ସପରେନ୍ସି ଆଣ୍ଡ୍‌ ଆକାଉଣ୍ଟେବିଲିଟି ଅଫ୍ ଓଡ଼ିଶା ଇନିସିଏଟିଭସ୍‌ (ପିଠା) I ତେବେ ଏହାକୁ ନେଇ କେତେ ଅଞ୍ଚଳ ରେ ପଂଚାୟତର ଲୋକମାନଙ୍କୁ ଘରୁ ପିଠା କରି ଆଣିବାକୁ ବିଭିର୍ଣ୍ଣ ନେତା କହୁଥିବା ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଥିବା ବେଳେ ଢେ଼ଙ୍କାନାଳ ର ବଳଦିଆ ବନ୍ଧ ପଞ୍ଚାୟତ, ସଦର ବ୍ଲକ୍ ରେ

ସ୍ୱୟଂ ସହାୟକ ଗୋଷ୍ଠୀ କେନ୍ଦ୍ର ମାନଙ୍କୁ ଘରୁ ପିଠା କରି ଆଣିଲେ ସେମାନଙ୍କୁ ମୋବାଇଲ ,ବିଜୁଳି ସବୁ ମିଳିବ ବୋଲି କହି ଭୁଆଁ ବୁଲାଇଥିବା ଭିଡିଓ ଭାଇରଲ ହେବା ପରେ ଏବେ ପୁଣି ସାମ୍ନାକୁ ଆସିଛି ଜଣେ ବିଧାୟକ ଙ୍କର ଫଟ I ପ୍ରାପ୍ତ ସୂଚନା ଅନୁଯାଇ ଜନସାଧାରଣ ଙ୍କୁ ସେମାନଙ୍କ ଅଧିକାର ବିଷୟରେ ସଚେତନ କଣ କରିବେ ବିଧାୟକ ନିଜେ ବୁଲି ବୁଲି ପିଠା ଖାଇ ଲୋକଙ୍କୁ ପିଠା ବାଣ୍ଟୁଥିଲେ I

ଫଟ ଟି ବରଗଡ଼ ଅଂଚଳ ବିଧାୟକ ଦେବେଶ ଆଚାର୍ଯ୍ୟ ଙ୍କର I ତେବେ କଣ ସତରେ ମାନିନେବାକୁ ହେବ ଯେ ପିଠା ଏକ ରାଜନୈତିକ ଯୋଜନା ??

Leave a Reply

Your email address will not be published. Required fields are marked *