ବାବା ନାମରେ କିପରି ଲୋକଙ୍କ ସହିତ ଭଣ୍ଡାମୀ କରି ନିରୀହ ଲୋକମାନଙ୍କ ସହିତ ଖେଳ ଖେଳା ଯାଏ ତାହାର ଦୃଷ୍ଟାନ୍ତ ସାରଥୀ ବାବା ,ସୁର ବାବା ଙ୍କ ପାଖରୁ ମିଳିଥିଲା ,କେବଳ ଓଡିଶା ନୁହେଁ ଭାରତ ରେ ମଧ୍ୟ ଆଶାରାମ ବାପୁ ଙ୍କ ଭଳି ପ୍ରମୁଖ ଯୌନବ୍ୟଭିଚାରୀ ଙ୍କ ଗୁମର ଖୋଲିଥିଲା I କିପରି ଛଦ୍ମ ବେଶରେ ରହି ନିଜର କୁସ୍ଚିତ କାମନାକୁ ସଫଳ କରୁଥିଲେ ଯାହାର କି ଅନେକ ପର୍ଦାଫାଶ ହେଇସାରିଛି I ତେବେ ପୁଣି ଜଣେ ବାବା ବା ମଠ ମହନ୍ତ ଙ୍କର ଯୌନ କେଳେଙ୍କାରୀ ର ଗୁମର ଖୋଲିଚି I ମିଳିଥିବା ସୂଚନା ଅନୁଯାଇ ଘଟଣାଟି ହରିୟାଣା କୈଥାଳ ଜିଲା କାଲାୟତର I ଏଠାରେ ଥିବା ରାଜପୁରୀ ଆଶ୍ରମର ମହନ୍ତ ଙ୍କ ଯୌନ କେଳେଙ୍କାରୀ ର ପର୍ଦାଫାଶ ଘଟିଛି I
ମହନ୍ତ ଭାବେ ଥିବା ୫୮ ବର୍ଷ ବୟସ୍କ ସୋମପୁରୀ ନିଜର ଯୌନ କାମନା କୁ ନିୟନ୍ତ୍ରଣ କରିନପାରି ହୋଟେଲ ରେ ଜଣେ ଯୁବତୀ ଙ୍କ ସହିତ ସମ୍ଭୋଗ କରୁଥିବା ସମୟର ପାଖାପାଖି 9ଟି ଅଶ୍ଳୀଳ ଭିଡିଓ ଭାଇରଲ ହେଇଯାଇଥିଲା
Iପ୍ରାପ୍ତ ଖବର ଅନୁଯାଇ ଯୁବତୀ ଜଣଙ୍କ କୌଣସି ଏକ କାର୍ଯ୍ୟରେ ବାବାଙ୍କ ସାହାଯ୍ୟ ମାଗିବାକୁ ଯାଇଥିବା ବେଳେ ବାବା ତାଙ୍କୁ ହୋଟେଲ କୁ ଡାକି ଏପରି ଖରାପ କାମ କରିଥିଲେ I ଘଟଣା ପ୍ରଘଟ ହେବା ପରେ ମହନ୍ତ ମଠ ଛାଡି କୁଆଡେ ଫେରାର ହେଇଯାଇଛନ୍ତି ଏବଂ ତାଙ୍କ ନାମରେ ଏତଲା ଦିଆଯାଇ ତଦନ୍ତ ଚାଲୁ ରହିଛି I
ଖୁବ ଶୀଘ୍ର ଗିରଫ ହେବେ I ତେବେ ବାରମ୍ବାର ଏପରି ଧୋକାବାଜ ବାବା ଙ୍କର ଅସଲ ଗୁମର ଖୋଳୁଥିଲେ ମଧ୍ୟ କିପରି ସାଧାରଣ ଲୋକମାନେ ତାଙ୍କୁ ବିଶ୍ୱାସ କରୁଛନ୍ତି ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି I