ଛତିଶଗଡରେ କଂଗ୍ରେସ ସରକାର ଚାଷୀଙ୍କୁ ବୋନସ ଦେଲା ,ମନ୍ତ୍ରୀ ସୂର୍ଯ୍ୟପାତ୍ର ଏହାକୁ ବିରୋଧ କରିଛନ୍ତି ,ଓଡିଶା ସରକାର କେନ୍ଦ୍ର ନିକଟରେ ଅଭିଯୋଗ କରିବେ

କଂଗ୍ରେସ କ୍ଷମତା କୁ ଆସିଲେ ଚାଷୀଙ୍କ ପାଇଁ ସମସ୍ତ ସୁବିଧା ଯୋଗାଇଦେବ ବୋଲି ପ୍ରତିଶୃତି ଦେଇ ଦେଇ କ୍ଷମତା କୁ ଆସିବା ପରେ ପ୍ରଥମେ କୃଷିରୁଣ ଛାଡ଼ କରିବା ପରେ ଚାଷୀଙ୍କ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁ ବୋନସ ଭାବେ 750ଟଙ୍କା ବଢ଼ାଇ ଥିଲେ I ଯାହାକି ପୂର୍ବରୁ 1750 ଥିଲା କିନ୍ତୁ ବୋନସ ପରେ ଏହା 2500 ଟଙ୍କା ହେଇଛି I ଏହାକୁ ନେଇ କିନ୍ତୁ ଓଡିଶା ମନ୍ତ୍ରୀ ସୂର୍ଯ୍ୟ ପାତ୍ର ବିରୋଧ କରିଛନ୍ତି I

ଏହା ସମ୍ପୂର୍ଣ୍ଣ ଭାବରେ ବେଆଇନ ଅଟେ ,କୌଣସି ରାଜ୍ୟ ନିଜ ଇଛାରେ ବୋନସ ଦେଇପାରିବନି ବୋଲି ଅଭିଯୋଗ କରିଛନ୍ତି I ଏନେଇ ଦରକାର ପଡିଲେ ଓଡିଶା ସରକାର କେନ୍ଦ୍ର ନିକଟରେ ଛତିଶଗଡ଼ ସରକାର ଙ୍କ ବିରୁଦ୍ଧରେ ଅଭିଯୋଗ କରିବେ ବୋଲି ଗଣମାଧ୍ୟମ ସାମ୍ନାରେ ଜଣାଇଛନ୍ତି

I ଅପରପକ୍ଷରେ ବିଜେପି ର ବିଶ୍ୱଭୂଷଣ କହିଛନ୍ତି ଯେ ଏହା କୌଣସି ବେଆଇନ ନୁହେଁ ରାଜ୍ୟର ସମ୍ପୂର୍ଣ୍ଣ ଅଧିକାର ଅଛି ସେ ନିଜ ରାଜ୍ୟବାସୀଙ୍କ ପାଇଁ ବୋନସ ଦେଇପାରିବେ I ଏଥିରୁ କେହି ବି ତାଙ୍କୁ ଅଟକାଇପାରିବେ ନାହିଁ I

Leave a Reply

Your email address will not be published. Required fields are marked *