ବ୍ୟାଙ୍କ ମ୍ୟାନେଜର ଙ୍କୁ ମାଡ ମାରିବା ଏବଂ ଭଙ୍ଗାରୁଜା ଅଭିଯୋଗରେ ବିଧାୟକ ଙ୍କ ନାମରେ ଏତଲା :ଘଟଣାକୁ ବିଧାୟକ ଙ୍କ ଖଣ୍ଡନ

ବ୍ୟାଙ୍କ ଭଙ୍ଗାରୁଜା ଏବଂ ମ୍ୟାନେଜର ଙ୍କୁ ମାଡ ମାରିବା ଭଳି ସଂଗୀନ ଅଭିଯୋଗ ଆସିଛି ସାଲେପୁର ବିଧାୟକ ପ୍ରକାଶ ବେହେରା ଙ୍କ ନାମରେ I ବିଧାୟକ ଜୋରଜବରଦସ୍ତ ବ୍ୟାଙ୍କ ଭିତରେ ପଶି ବ୍ୟାଙ୍କ ମ୍ୟାନେଜର ଙ୍କୁ ମାଡ ମାରିଥିବା ଏବଂ ଜିନିଷପତ୍ର ଭଙ୍ଗାରୁଜା କରିଥିବା ଥାନାରେ ଅଭିଯୋଗ କରିଛନ୍ତି ପୀରବଜାର ସେଣ୍ଟ୍ରାଲ ବ୍ୟାଙ୍କ୍‌ର ବ୍ୟାଙ୍କ୍‌ ମ୍ୟାନେଜର ପ୍ରଦୀପ କୁମାର ସାହୁ I ପ୍ରାପ୍ତ ଖବର ଅନୁଯାଇ ବ୍ୟାଙ୍କ ମ୍ୟାନେଜର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ ସାଲେପୁର ବିଧାୟକ ତାଙ୍କ ସହିତ କିଛି କାମ ବିଷୟରେ କଥା ହେବାକୁ ବ୍ୟାଙ୍କ ଆସିଥିଲେ କିନ୍ତୁ କାର୍ଯ୍ୟବ୍ୟସ୍ତତା ହେତୁ କିଛିସମୟ ଅପେକ୍ଷା କରିବାକୁ ମ୍ୟାନେଜର କହିବାରୁ କର୍ମୀମାନେ ରାଗିଯାଇ ମ୍ୟାନେଜର ଙ୍କୁ ମାଡ ମାରିବା ସହିତ ଜିନିଷପତ୍ର ଭଙ୍ଗାରୁଜା କରିଥିଲେ I

ତେବେ ଅପରପକ୍ଷରେ ବିଧାୟକ ଏହାକୁ ଖଣ୍ଡନ କରି ଓଲଟା ବ୍ୟାଙ୍କ ମ୍ୟାନେଜର ଙ୍କ ନାମରେ ମଧ୍ୟ ଥାନାରେ ଅଭିଯୋଗ କରିଛନ୍ତି I ବିଧାୟକ ଙ୍କ କହିବାନୁଯାୟୀ ସେ ସେହିପଟେ ଆସୁଥିବା ବେଳେ ବ୍ୟାଙ୍କ ଭିତରେ ପ୍ରବଳ ଗଣ୍ଡଗୋଳ ହେଉଥିବାରୁ ସେ ସେଠାରେ ଅଟକିଥିଲେ ଏବଂ ପୋଲିସ କୁ ଫୋନ କରିଥିଲେ ଘଟଣା ସମ୍ପର୍କ ରେ I ନିଜେ ମଧ୍ୟ ଲୋକଙ୍କୁ ବୁଝାସୁଝା କରି ବ୍ୟାଙ୍କ ମ୍ୟାନେଜର ଙ୍କୁ ଏହାର କାରଣ ପଚାରିବାରୁ ବ୍ୟାଙ୍କ ମ୍ୟାନେଜର ରାଗିଯାଇଥିଲେ ଏବଂ ଏଥିପାଇଁ ବିଧାୟକ ଦାୟୀ ବୋଲି କହି ତାଙ୍କ ନାମରେ ଅଭିଯୋଗ କରିଛନ୍ତି I

ତେବେ ମ୍ୟାନେଜର ଙ୍କ ବ୍ୟବହାର ପାଇଁ ତାଙ୍କ ବିରୋଧରେ ସ୍ଥାନୀୟ ଲୋକେ ଏବଂ ଚାଷୀଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଥିଲା ଯେଉଁଥିପାଇଁ ଏପରି ପରିସ୍ଥିତି ସୃଷ୍ଟି ହେଲା ଅବଶ୍ୟ ସେହିଦିନ ସକାଳେ ସେ ମ୍ୟାନେଜର ଙ୍କ ସହିତ ଦେଖା ହେବାକୁ ଚାହିଁଥିଲେ କିନ୍ତୁ ମ୍ୟାନେଜର ତାଙ୍କୁ ଦେଖାହେବଙ୍କୁ ମନା କରିଦେଇଥିଲେ I

Leave a Reply

Your email address will not be published. Required fields are marked *