ନିଜ ଜନ୍ମ ତାରିଖ ରୁ ଜାଣନ୍ତୁ କିପରି ରହିବ ନୂତନ ବର୍ଷ

ଜନ୍ମ ତାରିଖ ରୁ କିପରି ଜଣା ପଡ଼ିବ କିପରି କଟିବ ୨୦୧୯ ମସିହା। ଏବଂ କିପରି ହେବା ଭାଗ୍ୟ ପରିବର୍ତ୍ତନ।
ଯଦି ଆପଣଙ୍କ ଜନ୍ମ ହୋଇଥିବା ୪, ୧୩, ୨୨, ୩୧ ତେବେ ଏମାନଙ୍କ ଅଙ୍କ ହେଉଛି ୪ ଓ ଏହି ସଂଖ୍ୟା ର ମାଲିକ ରାହୁ।

୨୦୧୯ ବର୍ଷ ର ଅଙ୍କ ୩ ହୋଇଥିବାରୁ ଏହାର ମାଲିକ ବୃହସ୍ପତି । ରାହୁ ଏବଂ ବୃହସ୍ପତି ଶତ୍ରୁ ହୋଇଥିବାରୁ ଏହି ବର୍ଷ ଅନେକ କାର୍ଯ୍ୟ ରେ ବାଧା ଓ ବିରୋଧ ସୃଷ୍ଠି ହେବ। ଧାର୍ଯ୍ୟ ଓ ସାହସ ଓ ପ୍ରତିକାର ସହ ସମସ୍ତ କାର୍ଯ୍ୟ କଲେ ସଫଳତା ମିଳିବ। ଏହାର ପ୍ରତିକାର ସ୍ୱରୂପ କାହାରି ପାଖରୁ ମାଗଣା ରେ କିଛି ଦ୍ରବ୍ୟ ଆନନ୍ତୁ ନାହିଁ।

୫,୧୪,୨୩ ତାରିଖ ରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନଙ୍କ ର ଅଙ୍କ ଜ୍ୟୋତିଷ ହିସାବ ରେ ସଂଖ୍ୟା ହେଉଛି ୫। ଏହି ୫ ସଂଖ୍ୟା ର ମାଲିକ ହେଉଛନ୍ତି ବୁଧ। ୨୦୧୩ ମସିହା ଅଙ୍କ ୩ ହୋଇଥିବାରୁ ଏହାର ମାଲିକ ହେଉଛନ୍ତି ବୃହସ୍ପତି। ବୁଧ ଏବଂ ବୃହସ୍ପତି ସମ ମିତ୍ର ହୋଇଥିବାରୁ ଏହି ବର୍ଷ ସମସ୍ତ ଦୁଶ୍ଚିନ୍ତା ଦୂର ହେବ ସହିତ ଉତ୍ସାହ ବୃଦ୍ଧି ପାଇବ। ସମସ୍ତ ବାଦ ବିବାଦ ଦୂର ହେବା। ପରୀକ୍ଷା, ମଲିମାକୋଦ୍ଦମ, ଇତ୍ୟାଦି ରେ ସଫଳ ହେବେ ଏବଂ ଅର୍ଥ କିଛି ମିଳିବ। ନିର୍ମାଣ ମୂଳକ ଯୋଜନା ରେ ଆଗେଇବେ। ମାନସିକ ଶାନ୍ତି ଓ ସ୍ଵାସ୍ଥ୍ୟ ରେ ଉନ୍ନତି ପରିଲକ୍ଷିତ ହେବ। ପାରିବାରିକ ଅଶାନ୍ତି ଦୂର ହେବ ଓ ଧାର୍ମିକ କାର୍ଯ୍ୟ ରେ ରୁଚି ବଢିବା। ପ୍ରତିକାର ସ୍ୱରୂପ ପିତା ମାତା ଙ୍କ ପାଦ ଛୁଇଁ ପ୍ରଣାମ କରନ୍ତୁ।

୬,୧୫,୨୪ ତାରିଖ ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କର ଅଙ୍କ ଜ୍ୟୋତିଷ ହିସାବ ରେ ସଂଖ୍ୟା ହେଉଛି ୬। ୬ ସଂଖ୍ୟା ର ମାଲିକ ଶୁକ୍ର ଅଟନ୍ତି। ୨୦୧୯ ମସିହା ର ଅଙ୍କ ସଂଖ୍ୟା ୩ ହୋଇଥିବାରୁ ଏହାର ମାଲିକ ହେଉଛନ୍ତି ବୃହସ୍ପତି। ଶୁକ୍ର ଏବଂ ବୃହସ୍ପତି ସମ ମିତ୍ର ହୋଇଥିବାରୁ ଏହି ବର୍ଷ ଅତ୍ୟନ୍ତ ଲଭ ଦାୟକ ହୋଇପାରେ। ସରକାରୀ କର୍ମଚାରୀ ମାନେ କର୍ମକ୍ଷେତ୍ର ରେ ପଦୋନ୍ନତି ଓ ସଫଳତା ଲାଭ କରିବେ। ବ୍ୟବସାୟ ରେ ସଫଳତା ସହିତ ଆଶାନୁରୂପକ ଉନ୍ନତି ହେବ। ଶାରୀରିକ ସଫଳତା ଦେଖା ଦେବ। ଏବଂ ଯେ କୌଣସି କାର୍ଯ୍ୟ ରେ ହାତ ଦେଲେ ସେଥିରେ ସଫଳତା ପାଇବେ। ଧାର୍ମିକ କାର୍ଯ୍ୟ ରେ ମନଯୋଗ ବୃଦ୍ଧି ପାଇବ।

Leave a Reply

Your email address will not be published. Required fields are marked *