ଓଡ଼ିଶାର ଗର୍ବ ସନ୍ଧ୍ୟା :ବାପା କୁଲି ଝିଅ ହେଲେ ପ୍ରଶାସିକା ,ନକ୍ସଲ ମାଓ ଇଲାକା ମାଲକାନଗିରିରୁ ଓଏଏସ

ମାଲକାନଗିରି ସାଧାରଣତଃ ଏ ନାମ ଆସିଲେ ସମସ୍ତଙ୍କ ମନରେ ଆସେ ମାଓବାଦୀ ଇଲାକା ତଥା ଆଦିବାସୀ ଅଧ୍ୟୁଷିତ ଜାଗା I ଅଧିକାଂଶ ପାଠ ପଢିନଥାନ୍ତି ମାଓବାଦୀ ଙ୍କ ଭୟରେ ହେଉ କିମ୍ବା ଶିକ୍ଷାର ପ୍ରଚାର ପ୍ରସାର ତଳେ ଥିବା ହେତୁ Iସବୁଥିରେ ପଛୁଆ ମାଲକାନଗିରି ଜିଲ୍ଲା I କିନ୍ତୁ ଏସବୁ ଭୁଲ ଧାରଣାକୁ ଦୂର କରିଛନ୍ତି ସନ୍ଧ୍ୟା I

ଓଏଏସ ପରୀକ୍ଷାର ସଫଳତମ ତାଲିକା ମଧ୍ୟରେ 91ସ୍ଥାନରେ ନିଜ ନାମ ରଖିଛନ୍ତି I ଯାହା ଜଣାପଡିବା ପରେ ସାରା ଓଡ଼ିଶାରେ ଚର୍ଚା ର ବିଷୟ ପାଲଟିଛି I କେବଳ ଯେ ସନ୍ଧ୍ୟା ମାଲକାନଗିରି ଜିଲ୍ଲା ର ବାସିନ୍ଦା ତାହା ନୁହେଁ ସନ୍ଧ୍ୟା ଙ୍କ ଯିବନି ବିଷୟରେ ଜାଣିଲେ ଆପଣ ଚକିତ ହେଇଯିବେ I ତାଙ୍କ ଘର ମାଲକାନଗିରି ର ମାଥିଲି ବ୍ଲକର ସାଲିମି ଗାଁରେ I ଯାହାକି ମାଓବାଦୀ ଙ୍କ ଚରା ଭୂମି ବୋଲି କହିପାରନ୍ତି I ସନ୍ଧ୍ୟା ଙ୍କ ବାପା ରାମଦେବ ସମରଥ ଜଣେ ଅପାଠୁଆ ଗରିବୀ ଲୋକ I

କୁଲି ମଜୁରୀ ଲାଗି ଦିନ ଚଳନ୍ତି I ଝିଅକୁ ପଢ଼ାଇବାକୁ ମଧ୍ୟ ସମର୍ଥ ନଥିଲା କିନ୍ତୁ ପିଲାବେଳୁ ସନ୍ଧ୍ୟା ଥିଲେ ମେଧାବୀ I ସନ୍ଧ୍ୟା ନବୋଦୟ ମଧ୍ୟ ପାଇଥିଲେ I ପାଠ ପଢିବାରେ ତାଙ୍କ ପ୍ରବଳ ଇଛା ଥିଲା I ଯାହାକି ତାଙ୍କ ଗୁରୁଜୀ ଙ୍କୁ ଖୁଶି ଲାଗିଥିଲା ଏବଂ ସେ ସନ୍ଧ୍ୟାକୁ ଗାଇଡ଼ କରୁଥିଲେ Iୟା ମଧ୍ୟରେ ଆଉ ସନ୍ଧ୍ୟା ପଛକୁ ଫେରି ଚାହିଁନାହାନ୍ତି

I ନିଜର ଦୃଢ ଇଛା ,ପରିଶ୍ରମ ,ଦ୍ୱାରା ନିଜେ ତିଆରିକରିଛନ୍ତି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ I ଯାହାକି ଅନ୍ୟମାନଙ୍କ ପାଇଁ ପ୍ରେରଣା ଦାୟକ ଅଟେ I ସନ୍ଧ୍ୟା ଙ୍କ ଏହି ବାସ୍ତବ କାହାଣୀ ଦୟାକରି ବହୁପରିମାଣରେ ଶେୟାର କରି ସମସ୍ତଙ୍କ ପାଖରେ ପହଞ୍ଚIନ୍ତୁ ଅନ୍ୟ ମାନଙ୍କ ପ୍ରେରଣା ପାଇଁ I

Leave a Reply

Your email address will not be published. Required fields are marked *