ପେଥାଇ ବାତ୍ୟା ର ପ୍ରଭାବ ରେ ପ୍ରବଳ ଥଣ୍ଡା ଶୀତ ରେ ଏକାସାଙ୍ଗରେ ଗଂଜାମ ର ଆସିକାରେ 60ଗାଈ ମରିଗଲେ

ପେଥାଇ ର ପ୍ରଭାବ ରେ ଆନ୍ଧ୍ର ରେ ବହୁ କ୍ଷୟକ୍ଷତି ହେଇଥିବା ବେଳେ ଓଡିଶା ରେ ମଧ୍ୟ ଦୀର୍ଘ ଦୁଇ/3 ଦିନ ଧରି ବର୍ଷା ସହିତ ପ୍ରବଳ ଥଣ୍ଡା ଲାଗିରହିଥିଲା Iଶୀତ ର ପ୍ରକୋପ ଏତେ ଥିଲା ଯେ ଘରୁ ବାହାରିବା ମଧ୍ୟ କଷ୍ଟକର ହେଉପଡୁଥିଲା I ତେବେ ଶୀତ ର ପ୍ରଭାବ ରେ ଗଂଜାମ ଜିଲ୍ଲା ର ଆସିକା ବ୍ଲକ ଅନ୍ତର୍ଗତ ଲଣ୍ଡାଜୁଆଳି ଗ୍ରାମରେ ଏକ ଗାଈ ଗୋଠରେ ପାଖାପାଖି 60ରୁ ଉର୍ଦ୍ଧ ଗାଈ ଥଣ୍ଡା ସହ୍ୟ କରିନପାରି ମରିଯାଇଛନ୍ତି I

ଘଟଣା ସଂକ୍ରାନ୍ତରେ ଆସିକା ପ୍ରାଣୀଧନ ଚିକିତ୍ସାଳୟର ଡାକ୍ତର ତୁରନ୍ତ ପହଁଚି ଅନ୍ୟ ଗାଈମାନଙ୍କର ଚିକିତ୍ସା ଆରମ୍ଭ କରିଥିବା ବେଳେ ମୃତ ଗାଈମାନଙ୍କର ପରୀକ୍ଷା କରିଥିଲେ I ତେବେ ଖୋଲା ଆକାଶ ତଳେ ଦୁଇଦିନ ପ୍ରବଳ ଥଣ୍ଡା ଶୀତ ରେ ରହିବା ହେତୁ ଥଣ୍ଡା ସହ୍ୟ କରିପାରିନଥିଲେ ଗାଈମାନେ ଏବଂ ଅତ୍ୟଧିକ ଥଣ୍ଡାଯୋଗୁ ନିମୋନିଆ ହେଇଯାଇଥିଲା I

ନିମୋନିଆ ରେ ଗାଈ ,ବାଛୁରୀ ଙ୍କର ମୃତ୍ୟୁ ହେଇଥିଲା I ଘଟଣା ସ୍ଥଳରେ ମଧ୍ୟ ବିଡ଼ିଓ ଗାୟତ୍ରୀଦତ୍ତ ପହଁଚି ଯାଞ୍ଚ କରିଥିଲେ ଏବଂ ମୃତ ଗାଈଗୁଡ଼ିକୁ ଗାତଖୋଳି ପୋତି ଦିଆଯାଇଥିଲା I

Leave a Reply

Your email address will not be published. Required fields are marked *