ଘର ର ସୁଖ ସମୃଦ୍ଧି ବଢ଼ାଇବା ପାଇଁ କରନ୍ତୁ ଏହି ଗୋଟିଏ କାର୍ଯ୍ୟ: ଶ୍ରୀ କୃଷ୍ଣ

ଭଗବାନ ଶ୍ରୀକୃଷ୍ଣ ଯୁଧିଷ୍ଟିର ଙ୍କୁ ଘର ର ସୁଖ ଶାନ୍ତି ପାଇ ୫ ଟି ଉପାୟ କହିଥିଲେ। ଯାହାକି ସମସ୍ତେ ଜାଣିବା ନିହାତି ଦରକାର।
ସମସ୍ତେ ନିଜ ପରିବାର ର ସୁଖ ଚାହିଥାନ୍ତି। ସେମାନେ ପରିବାର ର ସୁଖ ପାଇ ବହୁତ୍ କିଛି କରିଥାନ୍ତି। କିନ୍ତୁ ଘରେ ସବୁବେଳେ କିଛି ନା କିଛି ଅସୁବିଧା ଲାଗି ରହିଥାଏ। ସେଥି ପାଇ ମହାଭାରତ ରେ ଶ୍ରୀକୃଷ୍ଣ ଯୁଧିଷ୍ଟିର ଙ୍କୁ ପରିବାର ର ସୁଖ ଶାନ୍ତି ପାଇ କିଛି ଉପାୟ କହିଥିଲେ।

ସେଗୁଡିକ –
୧. ପ୍ରଥମ ଉପାୟ ହେଉଛି ଘରେ ଦୀପ ଜଳାଇବା। ସମସ୍ତେ ଜାଣନ୍ତି ଯେ ଘିଅ ଖାଇବା ଦ୍ବାରା ମନୁଷ୍ୟ ଶରୀର କୁ ଶକ୍ତି ମିଳିଥାଏ।

ଠିକ୍ ସେହିପରି ପ୍ରତିଦିନ ସନ୍ଧ୍ୟାବେଳେ ଘରେ ଘିଅ ଦୀପ ଜାଳିବା ଦ୍ବାରା ଘରେ ସୁଖ ଶାନ୍ତି ରହିଥାଏ।
୨. ଦ୍ଵିତୀୟ ରହସ୍ୟ ହେଉଛି ଜଳ ର ମହତ୍ୱ। ଯଦି ଘରକୁ କେହି ଅତିଥି ଅଶାନ୍ତି ତେବେ ସର୍ବ ପ୍ରଥମେ ତାଙ୍କୁ ପାଣି ପିଇବାକୁ ଦେବ ଆବଶ୍ୟକ। ଏହା କରିବା ଦ୍ବାରା ଆପଣଙ୍କ କୁଣ୍ଡଳୀ ରେ ଥିବା ସବୁ ଦୋଷ ଖଣ୍ଡିତ ହୋଇଯିବ।
୩. ଘରେ ସର୍ବଦା ଚନ୍ଦନ ରଖିବା ଆବଶ୍ୟକ। କାରଣ ଚନ୍ଦନ ର ବାସ୍ନା ରେ ଘରେ ନକାରାତ୍ମକ ଉର୍ଜା କମିଯାଇଥାଏ। ତା ସହିତ ଚନ୍ଦନ ର ତିଳକ କୁ ମଥା ରେ ଧାରଣ କରିବା ଦ୍ୱାରା ମନରେ ଶାନ୍ତି ଆସିଥାଏ।
୪. ମାତା ସରସ୍ୱତୀ ବୁଢ଼ୀ ଓ ବିଦ୍ୟା ର ଦେବୀ ରୂପ ରେ ପୂଜା ପାଇଥାନ୍ତି। ତାଙ୍କୁ ବୀଣା ଯନ୍ତ୍ର ଅତି ପ୍ରିୟ ଅଟେ। ତେଣୁ ଘରେ ବୀଣା ରଖିବା ଦ୍ବାରା ଘର ର ସଦସ୍ୟ ଙ୍କ ବୁଢ଼ୀ ଓ ଜ୍ଞାନ ର ବୃଦ୍ଧି ଘଟିଥାଏ। ତା ସହିତ ପରିବାର ସୁଖ ର ସହିତ ଚାଲିଥାଏ।
୫. ପଞ୍ଚମ ରହସ୍ୟ ହେଉଛି ମହୁ।

ଘରେ ମହୁ ରଖିବା ଦ୍ବାରା ଘର ର ଅନେକ ଦୋଷ କଟିଯାଇଥାଏ। ପୂଜା ପାଠ ରେ ମହୁ ଦେବା ଦେବୀ ଙ୍କୁ ଅର୍ପଣ କରାଯାଇଥାଏ। ଯେଉଁ ଲୋକ ଙ୍କ ଘରେ ସବୁବେଳେ ପୂଜା ହୋଇଥାଏ ସେମାନେ ଘରେ ସବୁବେଳେ ମହୁ ରଖିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *