ଆଉ ବ୍ୟାଙ୍କ୍ ଖାତା କୁ ଆସିବନି ଗ୍ୟାସ୍ ସବସିଡି:ଜାଣନ୍ତୁ କାହିଁକି?

ଜନସାଧାରଣ ଙ୍କ ସୁବିଧା ପାଇଁ ନରେନ୍ଦ୍ର ମୋଦି ସବୁବେଳେ କିଛି ନା କିଛି ଜନହିତକର କାର୍ଯ୍ୟ କରିଥାନ୍ତି। ତେବେ ସେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ହେଉ କିମ୍ବା ଗ୍ୟାସ୍ ସିଲିଣ୍ଡର୍ ଉପରେ ଆସୁଥିବା ସବସିଡି ହେଉ।

ଗରିବ ସୀମାରେଖା ତଳେ ବସକରୁଥିବା ପ୍ରତିଟି ପରିବାର କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ପ୍ରଧାନମନତ୍ରୀ ମୋଦୀ ଗ୍ୟାସ୍ ସିଲିଣ୍ଡର ଉପରେ ମିଳୁଥିବା ସବସିଡି ର ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ଯାହା ଫଳରେ ଏଣିକି ଗ୍ୟାସ୍ ସିଲିଣ୍ଡର ଉପରେ ମିଳୁଥିବା ସବସିଡି ଆଉ ବ୍ୟାଙ୍କ୍ ଖାତା ରେ ଆସିବା ନାହିଁ।

କିନ୍ତୁ ଏହାର ଫାଇଦା ଅଲଗା ପ୍ରକାର ରେ ମିଳିବ।
କେନ୍ଦ୍ର ସରକାର ଏଣିକି ଗ୍ୟାସ୍ ସବସିଡି ବାବଦ କୁ ଆସିଥିବା ଟଙ୍କା କୁ ସିଧା ସଳଖ ବ୍ୟାଙ୍କ୍ ଖାତା କୁ ନ ପଠାଇ ସେହି ଟଙ୍କା କୁ ପେଟ୍ରୋଲିୟମ୍ କମ୍ପାନୀ ଙ୍କୁ ଦେବେ। ଯାହା ଦ୍ଵାରା ଜନସାଧାରଣ ଙ୍କୁ ଏହାର ଫାଇଦା ମଧ୍ୟ ମିଳିବ।
ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ର ଜଣେ ବରିଷ୍ଠ ଅଧିକାରୀ ଙ୍କ ସୂଚନା ଅନୁସାରେ , ଡିଭିଟି ର ନୂଆ ତରିଆ ରେ ଗ୍ୟାସ୍ ବୁକ୍ ହେବା ପରେ ଉପଭୋକ୍ତା ମାନଙ୍କର ମୋବାଇଲ କୁ ଏସେମେସ୍ ଜରିଆରେ ଏକ କୋଡ଼ ପଠାଯିବ।

ଆଉ ଯେତେବେଳେ ଉପଭୋକ୍ତା ମାନଙ୍କ ଘରେ ଯାଇ ଗ୍ୟାସ୍ ପହଞ୍ଚିବ setabale ଉପଭୋକ୍ତା ମାନଙ୍କୁ ଉକ୍ତ କୋଡ଼ ଦେଖାଇବାକୁ ପଡ଼ିବ। ଏବଂ ସିଲିଣ୍ଡର ଦେବାକୁ ଆସିଥିବା ବ୍ୟକ୍ତି ମାନେ ଉକ୍ତ କୋଡ଼ କୁ ନୋଟ୍ କରି ସଫ୍ଟୱେର ରେ ଅପଡେଟ କରିଦେବେ। ଏହାପରେ ସରକାର ଉପଭୋକ୍ତା ଙ୍କ ତରଫ ରୁ ସବସିଡି ବାବଦ କୁ ଆସୁଥିବା ଟଙ୍କା କୁ ସିଧା କମ୍ପାନୀ ନିକଟ କୁ ପଠାଇ ଦେବେ। ତେବେ ଏଭଳି ପରିସ୍ଥିତି ରେ ଉପଭୋକ୍ତା ଙ୍କୁ କେବଳ ଗ୍ୟାସ୍ ସିଲିଣ୍ଡର ର ସବସିଡି ର ଦାମ୍ ହିଁ ପରିଶୋଧ କରିବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *