ସାଙ୍ଘାତିକ ଖେଳାଳି :ଆମଜନ ରୁ ଆସୁଥିବା ଫୋନ କୁ କୋରିଅର ଯୁବକ ବଦଳେଇ ଦେଇ ସାବୁନ ଦେଇ ଗିରଫ

ଆଜିକାଲି ଅନଲାଇନ କ୍ରୟ ବିକ୍ରୟ ର ଚାହିଦା ବଢ଼ିବାରେ ଲାଗିଛି I ଦିନକୁ ଦିନ ହାତପାଆନ୍ତାରେ ନିଜର ପ୍ରିୟ ଜିନିଷ କୁ ମଗାଇ ମଣିଷ ନିଜର ବହୁମୂଲ୍ୟ ସମୟ ବଞ୍ଚାଇ ପାରୁଛି I ତେବେ ଟେକ୍ନୋଲୋଜି ଯେତେ ଆଗଉଛି ଠକ ଙ୍କ ପ୍ରାଦୁର୍ଭାବ ମଧ୍ୟ ବଢ଼ିବାରେ ଲାଗିଛି I ଦିନକୁ ଦିନ ଆପଣ ଅନଲାଇନ ଠକେଇ ର ଘଟଣା ଶୁଣିବାକୁ ପାଉଥିବେ I ପୁଣି ଏମିତି ଏକ ଘଟଣା ଘଟିଛି ବାରିପଦାରେ I ପ୍ରାପ୍ତ ଖବର ଅନୁଯାଇ ବାରିପଦା ର ଭୀମ୍‌ସେନ ମହାନ୍ତ ଅନଲାଇନ ରୁ ନିଜର ପସନ୍ଦର ଏକ ମୋବାଇଲ ମଗେଇଥିଲେ I ଫୋନ ଟି ତାଙ୍କ ପାଖରେ ପହଂଚିବା ପାଇଁ 5ଦିନ ସମୟ ଲାଗିଥିଲା I କିନ୍ତୁ ଡେଲିଭରି କରିବାକୁ ଆସିଥିବା ଯୁବକ ଡେଲିଭରି ଦେଇ ଯିବାପରେ ଭୀମସେନ ପାକେଟ ଖୋଲିବା ପରେ କେବଳ ସାବୁନ ମିଳିଥିଲା

ଏନେଇ ଯୁବକଙ୍କୁ ପଚାରିବାରୁ ସେ କହିଥିଲେ ଆମେ ଜାଣିନୁ I ତେଣୁ ଥାନାରେ ଏତଲା ଦେଇଥିଲେ ଭୀମସେନ I ପୋଲିସ ତଦନ୍ତ କଲାପରେ ଜଣାପଡିଥିଲା କି ଅନଲାଇନ ନୁହେଁ ଯୁବକ ଦୁହେଁ ଠକି ଦେଇଥିଲେ I ତେଣୁ ତାଙ୍କୁ ତୁରନ୍ତ ପୋଲିସ ଗିରଫ କରିଛି I

Leave a Reply

Your email address will not be published. Required fields are marked *