ଓଡିଶା ଏକ୍ସକ୍ଲୁସିଭ ବ୍ୟୁରୋ :ଦିନକୁ ଦିନ ଦୁଷ୍କର୍ମ ବଢ଼ିବାରେ ଲାଗିଛି I ଦୁଷ୍କର୍ମ ରୋକିବାକୁ ଯେତେ ଉଦ୍ୟମ କରାଗଲେ ମଧ୍ୟ କିଛି ସୁଫଳ ମିଳିପାରୁନାହିଁ I ମଣିଷ ର ମାନସିକତା ରେ ପରିବର୍ତନ ଆସୁନି I ତେବେ ଜଣେ ମହିଳା ଙ୍କୁ ଘର ଭଡା ବଦଳରେ ଯେ ଦୁଷ୍କର୍ମ ର ଶିକାର ହେବାକୁ ପଡିବ ଏକଥା ସେ କଦାପି ଭାବିପାରିନଥିଲେ I ପ୍ରାପ୍ତ ଘଟଣା ଅନୁଯାଇ ୫୩ବର୍ଷୀୟ ମାଣିକ ଶେବାରେ ଙ୍କ ଘରେ ଜଣେ ମହିଳା ଏବଂ ତାଙ୍କ ସ୍ୱାମୀ ଘରଭଡା ନେଇ ରହିଥିଲେ I ଆର୍ଥିକ ସମସ୍ୟା ଯୋଗୁ କିଛିମାସର ଘରଭଡା ଦେଇପାରିନଥିଲେ ଭଡାରେ ରହୁଥିବା ବ୍ୟକ୍ତି
I ତେବେ ମହିଳାଙ୍କ ସ୍ୱାମୀ ଘରେ ନଥିବା ବେଳେ ଘରମାଲିକ ତାଙ୍କୁ ଘରଭଡା ମାଗିଥିଲେ I କିନ୍ତୁ ସମସ୍ୟା ଥିବା ଜଣାଇ ଆଉ କିଛିଦିନ ସମୟ ନେଇଥିଲେ ମହିଳା ଜଣଙ୍କ Iକିନ୍ତୁ ଘର ମାଲିକ ଏଥିରେ ରାଗିଯାଇ ଜୋରକରି ମହିଳାଙ୍କୁ ଧର୍ଷଣ କରିଥିଲେ I ପରେ ସାଙ୍ଗମାନଙ୍କ ନିକଟରେ ମହିଳା ଜଣଙ୍କୁ ଟେକିଦେଇଥିଲେ I ସେମାନେ ମଧ୍ୟ ମହିଳା ଜଣଙ୍କୁ ଦୁଷ୍କର୍ମ କରିଥିଲେ I ଏନେଇ କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଜଣାଇଥିଲେ I
କିନ୍ତୁ ମହିଳା ଜଣଙ୍କ ଶରୀର ଖରାପ ହେବା ସହ ପ୍ରବଳ ରକ୍ତସ୍ରାବ ହେବାରୁ ବାଧ୍ୟ ହେଇ ତାଙ୍କ ସ୍ୱାମୀଙ୍କୁ ଜଣାଇଥିଲେ I ଏବଂ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ କୁ ଗିରଫ କରାଯାଇଛି I