ପାକ୍ ପ୍ରଧାନମନ୍ତ୍ରୀ ଙ୍କୁ ନସିରୁଦ୍ଦୀନ୍ ଙ୍କ କଡା ଜବାବ:ନିଜ ଦେଶ କଥା ପ୍ରଥମେ ସମ୍ଭାଳ

ଗୋହତ୍ୟା ସନ୍ଦେହରୁ କିଛି ଦିନ ତଳେ ବୁଲନ୍ଦ୍ ସର୍ ରେ ଘଟିଥିବା ହିଂସାକାଣ୍ଡକୁ ନେଇ ଅଭିନେତା ନସିରୁଦିନ ସହ ଟିପ୍ପଣୀ ଦେବା ପରେ ଏହାକୁ ନେଇ ବିବାଦ ଥମିବାର ନାଁ ଧରୁନାହି।ତେବେ ନସିରୁଦ୍ଦିନ ଙ୍କ ଟିପ୍ପଣୀ ପାଇଁ ତାଙ୍କୁ ଭାରତରେ ସମାଲୋଚନା କରାଯିବା ପରିପ୍ରେକ୍ଷୀରେ ଗତକାଲି ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଙ୍କୁ ତାଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ।

ନସିରୁଦ୍ଦିନ ଙ୍କୁ ଏଭଳି ସମାଲୋଚନା କରିବା ଗ୍ରହଣୀୟ ନୁହେଁ ବୋଲି କହିଥିଲେ।କିନ୍ତୁ ଇମ୍ରାନ ଙ୍କ ଏଭଳି ବୟାନକୁ କଡା ବିରୋଧ କରି ନସିରୁଦ୍ଦିନ ତାଙ୍କୁ ଭର୍ତ୍ସନା କରିଛନ୍ତି।ଇମ୍ରାନ ପ୍ରଥମେ ନିଜ ଦେଶ ପାକିସ୍ଥାନକୁ ସମ୍ଭାଳନ୍ତୁ ଏବଂ ଅନ୍ୟ କଥା ଚିନ୍ତା କରିବା ଦରକାର ନାହିଁ ବୋଲି ସେ କହିଛନ୍ତି।

ଏକ ସାକ୍ଷାତକାରରେ ନସିରୁଦ୍ଦିନ କହିଛନ୍ତି ପାକିସ୍ଥାନ ସହ ଜଡ଼ିତ ପ୍ରସଙ୍ଗ ଗୁଡ଼ିକ ଉପରେ ଇମ୍ରାନ ଗୁରୁତ୍ଵ ଦେବା ଆବଶ୍ୟକ।ଭାରତରେ କଣ ଘଟିଲା ବା ଘଟିବ ତାହାକୁ ନେଇ ସେ ମୁଣ୍ଡ ଖେଳାଇବା ଅନୁଚିତ୍। ବୁଲନ୍ଦ୍ ସର୍ ହିଂସାକୁ ଆଧାର କରି ନଶିରୁଦ୍ଦିନ କହିଥିଲେ ଦେଶରେ ପୁଲିସ ଇନ୍ସପେକ୍ଟରଙ୍କ ମୃତ୍ୟୁ ଠାରୁ ଗାଈ ମୃତ୍ୟୁକୁ ଅଧିକ ଗୁରୁତ୍ଵ ଦିଆଯାଉଛି।

ଏହାପରେ ତାଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଥିଲା।ଏହାକୁ ନେଇ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ କହିଥିଲେ ଯେ ଭାରତରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ପ୍ରକୃତ ନାଗରିକର ମର୍ୟାଦା ମିଳୁନାହିଁ। ସଂଖ୍ୟାଲଘୁଙ୍କୁ କିଭଳି ବ୍ୟବହାର କରିବାକୁ ହୁଏ ଆମେ ତାହା ଦେଖାଇବୁ।

Leave a Reply

Your email address will not be published. Required fields are marked *