ହାଡ଼ ଭଙ୍ଗା ଶୀତ ରେ ଥରୁଛି ସାରା ଓଡ଼ିଶା: ୨୬ରୁ ଆହୁରି ବଢିବ

ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶା ପରେ ଥରୁଛି ସାରା ଓଡ଼ିଶା।ସନ୍ଧ୍ୟା ହେବା କ୍ଷଣି ଲୋକେ ଘରୁ ବାହାରିବା ମୁସ୍କିଲ।ଯେଉଁମାନେ ବି ବାହାରୁଛନ୍ତି ସେମାନଙ୍କ ଦେହରେ ଶୀତବସ୍ତ୍ର ରହୁଛି।ରାତି ବଢିବା କ୍ଷଣି ଥଣ୍ଡାର ପ୍ରକୋପ ବି ବଢୁଛି। ମଧ୍ୟରାତ୍ରରେ ପାରଦ ସର୍ବନିମ୍ନ ସ୍ଥରକୁ ଖସି ଆସୁଛି।ଥଣ୍ଡାରେ ଅସ୍ଥବ୍ୟସ୍ଥ ହେଉଛନ୍ତି ଲୋକେ।ଆଗକୁ ସ୍ଥିତି ଆହୁରି ସଙ୍ଗୀନ ହେବ।

୨୬ ତାରିଖ ଠାରୁ ପାରଦ ଆହୁରି ତଳକୁ ଖସିବ।୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।ଉତ୍ତର ଓଡ଼ିଶାରେ ଏବେ ତାପମାତ୍ରା ହାରାହାରି ଠାରୁ ୪ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମ୍ ରହୁଛି।ଉତ୍ତର ଓଡ଼ିଶାରେ ଆହୁରି ପାରଦ ଖସିବ।ଅନୁଗୁଳ ଏବଂ କନ୍ଧମାଳରେ କୁହୁଡି ପଡ଼ିବାର ସମ୍ଭାବନା ରହିଛି।
ଅନ୍ୟ ପକ୍ଷରେ ୭ ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା।ଆଉ ଆଜି ୧୦ ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଛି।ବାଲେଶ୍ଵରର ସ୍ଥିତି ଅଧିକ ସଙ୍ଗୀନ ହୋଇଛି।

ଏଠାରେ ଚଳିତ ବର୍ଷର ସର୍ବନିମ୍ନ ପାରଦ ୧୦ ଡିଗ୍ରୀ ତଳକୁ ଖସିଛି।୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨ ଡିଗ୍ରୀ ହ୍ରାସ ପାଇ ଗତକାଲି ରାତିରେ ୯ ଡିଗ୍ରୀରେ ପହଞ୍ଚିଥିଲା।ସେପଟେ ଦାରିଙ୍ଗିବାଡି କୁ ପଛରେ ପକାଇଛି କେନ୍ଦୁଝର।ଏଠାରେ ଗତକାଲି ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୧ ଡିଗ୍ରୀ ରେକର୍ଡ କରାଯାଇଛି।ଚଳିତ ବର୍ଷ ପ୍ରଥମ ଥର ପାଇଁ ଜିଲ୍ଲାରେ ଏଭଳି ସ୍ଥିତି ଉପୁଜିଛି।ପାରଦ ଖସିବା ସହ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥିବାରୁ ଜନଜୀବନ ପ୍ରଭାବିତ ହୋଇଛି।

ଉପକୂଳ ଓଡ଼ିଶାରେ ବି ପ୍ରବଳ ଥଣ୍ଡା।ପୁରୀ, ଗୋପାଳପୁର ସମୁଦ୍ରକୂଳ ଅଞ୍ଚଳକୁ ଛାଡି ଆଉ ସବୁଠି ପାରଦ ୨ ଡିଗ୍ରୀ ପର୍ଯ୍ୟନ୍ତ କମିଛି।ଭୁବନେଶ୍ଵରର ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ୧୧.୧ ଡିଗ୍ରୀ ରେକର୍ଡ ହୋଇଛି।କଟକରେ ୧୦.୨ ଡିଗ୍ରୀ ରହିଥିଲା।କେନ୍ଦ୍ରାପଡ଼ା,

ଜଗତସିଂହପୁର,ନୟାଗଡ,ଅନୁଗୁଳ,ଯାଜପୁର,ଭଦ୍ରକ ଜିଲ୍ଲାରେ ବି ପାରଦ ଲଗାତାର ଖସି ଚାଲିଛି।ପାଣିପାଗ ବିଶେଜ୍ଞମାନେ ଆକଳନ କରିଛନ୍ତି ଯେ ଏଭଳି ସ୍ଥିତି ଜାରି ରହିବ।୨୬ ତାରିଖ ଠାରୁ ତାପମାତ୍ରା ଆହୁରି କମିବ।ଦୁଇ ଦିନ ମଧ୍ୟରେ ୪ ଡିଗ୍ରୀ ପର୍ଯ୍ୟନ୍ତ କମି ପାରେ।ପାଗ ମେଘୁଆ ରହିବ।

ପାଗ ମେଘୁଆ ରହିବ।ସୁନ୍ଦରଗଡ଼,କେନ୍ଦୁଝର, ମୟୂରଭଞ୍ଜ,ବାଲେଶ୍ଵର,ଭଦ୍ରକ ସମେତ ଉପକୂଳ ଜିଲ୍ଲାରେ ହାରାହାରି ତାପମାତ୍ରା ୫ ଡିଗ୍ରୀ ପର୍ଯ୍ୟନ୍ତ କମ୍ ରହିବ ବୋଲି ଆକଳନ କରାଯାଇଛି

Leave a Reply

Your email address will not be published. Required fields are marked *