ମୁଖ୍ୟମନ୍ତ୍ରୀ ଙ୍କୁ ସାଧାରଣ ଯୁବକ କହିଲା ଆପଣ ଏଠୁ ପଳାନ୍ତୁ ,ଆପଣଙ୍କ ପାଇଁ ଏତେ ସବୁ ସମସ୍ୟା

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ଯୋଗ ଦେବାପରେ ତାଙ୍କ ନିଆରା କାର୍ଯ୍ୟଶୈଳୀ ପାଇଁ ସେ ବେସ ଚର୍ଚିତ ଏବଂ ଲୋକପ୍ରିୟ ମଧ୍ୟ Iଅନେକ ସମୟରେ ଦେଖାଯାଏ କି ମୋଦି କୌଣସି ସୂଚନା ନଦେଇ ହଠାତ ସରପ୍ରାଇଜ୍‌ ଭିଜିଟ୍‌ କରନ୍ତି ଏବଂ ଘଟଣାର ତଦାରଖ କରନ୍ତି I ଯେଉଁଥିପାଇଁ ପ୍ରାୟ ସମସ୍ତ ଅଧିକାରୀ ଏବେ ଚଳ ଚଞ୍ଚଳ I କିନ୍ତୁ ନିକଟ ଅତୀତ ରେ ଯୋଗୀଙ୍କ ସରପ୍ରାଇଜ୍‌ ଭିଜିଟ୍‌ ପାଇଁ ଜଣେ ଯୁବକଙ୍କୁ ଅସୁବିଧା ହେବାରୁ ସେ ସିଧା ସଳଖ ମୁଖ୍ୟମନ୍ତ୍ରୀ ଙ୍କୁ ଜଣାଇଥିଲା କି ତାଙ୍କ ପାଇଁ ଏତେ ସମସ୍ୟା ହେଉଛି I ପ୍ରାପ୍ତ ସୂଚନା ଅନୁଯାଇ ଗୋରଖପୁର ରେଲଓ୍ବେ ଷ୍ଟେଶନ ନିକଟରେ ଥିବା ଧର୍ମଶାଳାଗୁଡ଼ିକର ସ୍ଥିତି ଅନୁଧ୍ୟାନ ନିମନ୍ତେ ଅଚାନକ ମୁଖ୍ୟମନ୍ତ୍ରୀ ଗସ୍ତ କରିଥିଲେ I

ଧର୍ମଶାଳା ନିକଟରେ ରେଳଓ୍ବେ ବୋର୍ଡ ପକ୍ଷରୁ ଏକ ସାର୍ଟିଫିକେଟ୍‌ ଯାଞ୍ଚ୍‌ ହେଉଥିଲା ପ୍ରାଥୀଙ୍କର ନିଯୁକ୍ତି ପାଇଁ କିନ୍ତୁ ସେହି ସମୟରେ ଅଚାନକ ଯୋଗୀ ପହଞ୍ଚିଯିବାରୁ ରେଲଓ୍ବେ ଅଧିକାରୀ ମାନେ ହଡ଼ବଡେ଼ଇ ଯାଇଥିଲେ

ଏବଂ ସାର୍ଟିଫିକେଟ ଯାଞ୍ଚ ରେ ବିଳମ୍ବ ହେଇଥିଲା ଏଥିରେ ଉତକ୍ଷିପ୍ତ ହେଇ ଜଣେ ପ୍ରାଥୀ ମୁଖ୍ୟମନ୍ତ୍ରୀ ଙ୍କୁ କହିଥିଲା କି ଆପଣଙ୍କ ଅଚାନକ ଗସ୍ତ ପାଇଁ ଆମ କାର୍ଯ୍ୟରେ ବିଳମ୍ବ ହେଉଛି ,ମୁଖ୍ୟମନ୍ତ୍ରୀ ମଧ୍ୟ ଏହା ବୁଝିପାରି ସଂଗେ ସଂଗେ ପଳାଇଥିଲେ ସେଠାରୁ ଯାହାକି ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି I

Leave a Reply

Your email address will not be published. Required fields are marked *