ସରକାରୀ ଅବ୍ୟବସ୍ଥା ପାଇଁ ଆଦିବାସୀ ଶିକ୍ଷୟିତ୍ରୀ ସାଜିଲେ ଦିନ ମଜୁରିଆ, କିଛି ଦୋଷ ନଥାଇ ମଧ୍ୟ ଚାକିରୀ ଗଲା

ଦିନେ ଥିଲI ସେ ଶିକ୍ଷୟତ୍ରୀ ,ପିଲାଙ୍କୁ ପଢ଼ାଉଥିଲେ ପାଠ I ଆଜି କିନ୍ତୁ ନିଜ ସଂସାର ଚଳାଇବାକୁ ସମୟ ଏବଂ ସରକାରୀ ଅବ୍ୟବସ୍ଥା ତାଙ୍କୁ ଦିନ ମଜୁରିଆ ସଜେଇଦେଇଛି I ଯେଉଁ ହାତରେ ଚକ୍ ଧରୁଥିଲେ ସେହି ହାତରେ ଏବେ ଇଟା ଉଠାଉଛନ୍ତି I ତେବେ କାହିଁକି ତାଙ୍କର ଏ ଅବସ୍ଥା ?? ଶିକ୍ଷୟତ୍ରୀ ରୁ ହଠାତ କାହିଁକି ମଜୁରିଆ ସାଜିଲେ I ଘଟଣାଟି କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଲଇସିଂ ଉଚ୍ଚପ୍ରାଥମିକ ବିଦ୍ୟାଳୟ ର I୨୮ ଜୁନ୍‌ ୨୦୧୭ ରେ ସ୍କୁଲ ର ଜଣେ ଛୋଟ ପିଲାର ଦେହ ଖରାପ ହେବାରୁ ହସ୍ପିଟାଲ ନିଆଯିବା ବାଟରେ କୁନି ଝିଅଟିର ପ୍ରାଣବାୟୁ ଉଡିଯାଇଥିଲା I

ଯେଉଁଥିପାଇଁ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଙ୍କୁ ନିଲମ୍ବନ ସହିତ ଶ୍ରେଣୀ ଶିକ୍ଷକ ନିରୁପମା ଙ୍କୁ ମଧ୍ୟ ବହିଷ୍କାର କରାଯାଇଥିଲା I ପରେ ଜଣାପଡିଥିଲା କି ଛାତ୍ରୀ ଜଣଙ୍କ ପୂର୍ବରୁ ରୋଗଗ୍ରସ୍ତ ଏବଂ ଏନେଇ ତାଙ୍କ ପରିବାର ମଧ୍ୟ ଜଣାଇଥିଲେ ତାଙ୍କ ଝିଅର ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି I ପରେ ପ୍ରଧାନଶିକ୍ଷକ ଙ୍କୁ ପୁନର୍ବାର ଅବସ୍ଥାପିତ କରାଯାଇଥିଲେ ମଧ୍ୟ ବ୍ୟବସ୍ଥାର ଅବହେଳାରେ ରହିଯାଇଥିଲେ ନିରୁପମା I

ୟା ମଧ୍ୟରେ ପ୍ରାୟତ ଏକବର୍ଷ ବିତିଯାଇଥିଲେ ମଧ୍ୟ ସେ ଚାକିରୀ ପାଇପାରିନାହାନ୍ତି I ଏପଟେ ପରିବାର ପୋଷିବାକୁ ବାଧ୍ୟ ହେଇ ନିରୁପମା ମଜୁରିଆ ସାଜିଛନ୍ତି ଏବଂ ଇଟା ବୋହି ନିଜର ସଂସାର ଚଳାଉଛନ୍ତି I

ତେବେ ଯଦି ମୃତ ଛାତ୍ରୀ ର ପରିବାର ଜଣାଇସାରିଛନ୍ତି ତାଙ୍କ ଝିଅ ପୂର୍ବରୁ ରୋଗଗ୍ରସ୍ତ ଥିଲା ଏବଂ ଏନେଇ ପ୍ରଧାନଶିକ୍ଷକ ମଧ୍ୟ ନିଯୁକ୍ତି ପାଇସାରିଲେଣି ତେବେ ଆଦିବାସୀ ଶିକ୍ଷକ ନିରୁପମା ଙ୍କ କାହିଁକି ପୁନଃ ଅବସ୍ଥାପିତ ହେଇପାରିନାହିଁ I ଏଥିପାଇଁ କିଏ ଦାୟୀ ??ନା ସରଳ ଆଦିବାସୀ ବୋଲି ତାଙ୍କୁ ଏତେ ଗୁରୁତ୍ୱ ଦିଆଯାଇନାହିଁ ??

Leave a Reply

Your email address will not be published. Required fields are marked *