ତଳିଆ କର୍ମଚାରୀ ଙ୍କୁ ଭଲ କାମ କରିବା ପଡିଲା ମହଙ୍ଗା :ଟ୍ରାଫିକ ପୋଷ୍ଟ ରୁ ବଦଳି ହେଇଗଲେ ଗେଟ୍‌ ଜଗୁଆଳି ଭାବରେ

କଥାରେ ଅଛି ତଳିଆ କର୍ମଚାରୀ ମାନେ ଭଲ କାମ କରି ପ୍ରସଂଶା ପାଇଲେ ଉପର ଅଫିସର ଙ୍କ ଦେହରେ ଜମା ଯାଏନି I କଙ୍କଡା ପ୍ରବୃତି ଆରମ୍ଭ ହେଇଯାଏ ଏବଂ ଭଲ କାମ କରୁଥିବା ତଳିଆ କର୍ମଚାରୀ ଙ୍କ ଗୋଡ ଟାଣିବାକୁ ଲାଗିଥାନ୍ତି I ଯାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ପ୍ରମାଣ ହୋମଗାର୍ଡ ପ୍ରତାପଚନ୍ଦ୍ର ଖଣ୍ଡୁଆଳ I
ଘର କେନ୍ଦ୍ରାପଡା ଜିଲା ପାଟକୁରା ଅନ୍ତର୍ଗତ କୋରୁଆ ଅଞ୍ଚଳରେ। ୧୦ ବର୍ଷ ତଳେ ହୋମଗାର୍ଡ ରେ ଚାକିରୀ ପାଇବା ପରେ ଟ୍ରାଫିକ ପୋଷ୍ଟରେ ମିଳିଥିଲା ଡିଉଟି

ଟ୍ରାଫିକ ରେ ଲୋକମାନେ ଭାରି ଚିଡିଯାଆନ୍ତି ଟିକେ ବିଳମ୍ବ ହେଲେ I ଟ୍ରାଫିକ ରେ କିପରି ଲୋକଙ୍କୁ ଅତି ସୁବିଧାରେ ଅଟକାଇ ସୁରୁଖୁର ରେ ଦୁର୍ଘଟଣା କୁ ରୋକାଯାଇପାରିବ ସେ ନେଇ ଚିନ୍ତା କରିଥିଲେ ପ୍ରତାପ I ପିଲାଦିନୁ ନାଚ ପ୍ରତି ଥିବା ଅହେତୁକ ଦୁର୍ବଳତା କୁ ନିଜର ଅସ୍ତ୍ର କରିଥିଲେ ଏହି କ୍ଷେତ୍ରରେ I ଟ୍ରାଫିକ ରେ ନାଚି ନାଚି ସିଗ୍‌ନାଲ ଦେବା ପାଇଁ ଆରମ୍ଭ କରିଥିଲେ ନିଜ ପ୍ରୟାସ 6ବର୍ଷ ତଳେ I

ଲୋକମାନେ ତାଙ୍କ ଡ୍ୟାନ୍ସ ଦେଖିବାକୁ 2ମିନିଟ ପରିବର୍ତେ 5ମିନିଟ ପର୍ଯ୍ୟନ୍ତ ଅପେକ୍ଷା କରୁଥିଲେ I ପରେ ତାଙ୍କ ନିଆରା କାର୍ଯ୍ୟଶୈଳୀ ତାଙ୍କୁ ଦିନେ ଗଣମାଧ୍ୟମ ରେ ଲୋକପ୍ରିୟ କରାଇଦେଲା I

ବିଭିର୍ଣ୍ଣ ସଂସ୍ଥା ଦ୍ୱାରା ଅନେକ ପୁରସ୍କାର ଏବଂ ମାନପତ୍ର ମଧ୍ୟ ତାଙ୍କୁ ମିଳିଥିଲା ଏହାକୁ କିନ୍ତୁ ସହ୍ୟ କରିପାରିନଥିଲେ ତାଙ୍କ ଉପର ଅଫିସର I ତାଙ୍କୁ ଟ୍ରାଫିକ ପୋଷ୍ଟ ରୁ ଅପସାରଣ କରାଯାଇ ଗେଟ ଜଗୁଆଳି ଭାବରେ ପୋଷ୍ଟିଙ୍ଗ ଦେଇଥିଲେ ଉପର ଅଫିସର I ରାଜଧାନୀ ରେ ଆଉ ଦେଖିବାକୁ ମିଳୁନି ତାଙ୍କ ଡ୍ୟାନ୍ସିଂ ସିଗନାଲ

I ଦୈନଦିନ ଯିବା ଆସିବା କରୁଥିବା ଲୋକମାନେ ଏବେ ଝୁରୁଛନ୍ତି ତାଙ୍କ ନାଚ କୁ I ପ୍ରତାପ ମଧ୍ୟ ଲୋକଙ୍କୁ ନିଜ ନାଚ ନଦେଖଇ ପରି ଭାରି ମନଦୁଃଖରେ ଦିନ କାଟୁଛନ୍ତି I ଅପେକ୍ଷା କରିଛନ୍ତି ପୁଣି କେବେ ତାଙ୍କୁ ଟ୍ରାଫିକ ପୋଷ୍ଟ ରେ ପୋଷ୍ଟି ଦିଆଯିବ I ନାଚି ନାଚି ଟ୍ରାଫିକ ଭିଡ଼ କୁ ନିୟନ୍ତ୍ରଣ କରିବେ I

Leave a Reply

Your email address will not be published. Required fields are marked *