ଏମିତି ଥିଲା 2019 ନୂଆ ବର୍ଷର ଦ୍ୱିତୀୟ ଦିନର କାଳରାତ୍ରି :କେନ୍ଦ୍ରାପଡ଼ାରେ ଡଙ୍ଗା ବୁଡ଼ି ଚାଲିଗଲା 7ଶିଶୁ 2ମହିଳା ଙ୍କ ଜୀବନ

ନୂଆବର୍ଷ ର ନୂଆ ମାହୋଲ ,ସମସ୍ତେ ବେସ ଧୂମଧାମ ରେ ପାଳନ କରିବାକୁ ଲାଗିପଡିଛନ୍ତି I ତେବେ ନୂଆବର୍ଷରେ ପିକନିକ୍‌ କରିବାକୁ ଯାଇଥିବା 9ଜଣ ଙ୍କ ଜୀବନ ଗତକାଲି କାଳରାତ୍ରି ରେ ଡଙ୍ଗା ବୁଡିବା ଦ୍ୱାରା ଚାଲିଯାଇଛି I ଜଗତସିଂହପୁର ଜିଲା ର ହସିଣା ଗାଁର କିଛିଲୋକ ନୂଆବର୍ଷ ଭୋଜି ମନାଇବାକୁ ହୁକିଟୋଲା ବତୀଘରରୁ ଯାଇଥିଲେ ଭୋଜି ସାରି ଫେରୁଥିବା ବେଳେ କେନ୍ଦ୍ରାପଡ଼ାର ନିପାଣିଆର ମହାନଦୀ ମୁହାଣରେ ଡଙ୍ଗାରେ ଅତ୍ୟଧିକ ଲୋକ ଭାର ହେବାରୁ ଭାରସାମ୍ୟ ହରାଇ ବସିଥିଲା ନାଉରିଆ I

ଫଳରେ ଡଙ୍ଗାଟି ବୁଡିଯାଇଥିଲା I ଖବର ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ଘଟଣାସ୍ଥଳରୁ 9ଜଣ ଙ୍କ ମୃତ ଶରୀର ମିଳିଥିବା ବେଳେ ଜଣଙ୍କର ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ପତ୍ତା ମିଳିନଥିଲା I

ଡଙ୍ଗା ରେ ବୁଡି ଜୀବନ ହରାଇଥିବା ମୃତକ ଙ୍କ ମଧ୍ୟରେ ୭ ଜଣ ନିରୀହ ନିଷ୍ପାପ ଛୋଟପିଲା ଥିବାବେଳେ ୨ ଜଣ ମହିଳା ମଧ୍ୟ ଥିଲେ I ଘଟଣାରେ ନାଉରିଆ ନିର୍ଭୟ ସ୍ବାଇଁ(୨୬)ଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଛୋଟ ଝିଅ ର ଖବର ମିଳିପାରିନାହିଁ I

Leave a Reply

Your email address will not be published. Required fields are marked *