ଭଦ୍ରକ ରାମ ମନ୍ଦିର ରେ ଭାଙ୍ଗିପଡିଲା ତାଳ ଗଛ ,କୋରଡ଼ରୁ ବାହାରିଲା ବିଷ୍ଣୁଙ୍କ ବାହାନ ବିରଳ ଗରୁଡ ପକ୍ଷୀ ଛୁଆ

ଗରୁଡ ପକ୍ଷୀ ଏକ ବିରଳ ତଥା ଦୁର୍ଲଭ ଅଟେ I ଗରୁଡ଼ ହେଉଛି ପକ୍ଷୀ ମାନଙ୍କର ରାଜା I ବିଶ୍ୱାସ ରହିଛି କି ଏହା ସତ୍ୟଯୁଗର ଭଗବାନ ଶ୍ରୀ ବିଷ୍ଣୁ ଙ୍କ ବାହାନ ଅଟେ I ସାଧାରଣତଃ ଏହା ସତ୍ୟଯୁଗର ପକ୍ଷୀ ହେଇଥିବାରୁ ଲୋକମାନେ ଭକ୍ତିରେ ପୂଜା କରିଥାନ୍ତି I ତେବେ ଭଦ୍ରକ ଜିଲା ବାସୁଦେବପୁର ର ଏକ ରାମ ମନ୍ଦିର ରୁ ଛୋଟ ଗରୁଡ଼ ଛୁଆ ଉଦ୍ଧାର ହେଇଛି I

ଛୁଆଟି ପାଖାପାଖି 5/6ଦିନର ହେଇଥିବା ବେଳେ ତା ମା ର ଦେଖା ନାହିଁ I ବାସୁଦେବପୁର ର ହନୁମାନ ବାଟିକା ରେ ଥିବା ଏକ ଶୁଖିଲା ତାଳଗଛରେ ଗରୁଡ଼ ପକ୍ଷୀ ଟି ଛୁଆ କରିଥିଲା କିନ୍ତୁ କୌଣସି କାରଣ ବଶତଃ ତାଳଗଛଟି ଉପୁଡିପଡିଥିଲା I କୋରଡ ଭିତରୁ ଗରୁଡ଼ ଛୁଆ ଟି ପଦାକୁ ବାହାରି ଏଣେ ତେଣେ ବୁଲିବାକୁ ଲାଗିଥିଲା I କିଛି ସ୍ଥାନୀୟ ଲୋକେ ଦେଖିବା ପରେ ତୁରନ୍ତ ତାକୁ ଉଦ୍ଧାର କରି ରାମ ମନ୍ଦିର ରେ ରଖିଥିଲେ I

ଏବଂ କ୍ଷୀର ଖାଇବାକୁ ଦେଇଥିଲେ I ବିଷ୍ଣୁ ଙ୍କ ଅବତାର ରାମ ହେଇଥିବାରୁ ଏବଂ ରାମ ମନ୍ଦିର ରୁ ଗରୁଡ଼ ଛୁଆଟି ଉଦ୍ଧାର ହେଇଥିବାରୁ ତାକୁ ଦେଖିବାକୁ ସ୍ଥାନୀୟ ଲୋକମାନଙ୍କର ପ୍ରବଳ ଭିଡ଼ ଜମିବାରେ ଲାଗିଛି I

Leave a Reply

Your email address will not be published. Required fields are marked *